গোটৰ বিশদ বিৱৰণ
ଓଡିଶା     ଭୁବନେଶ୍ୱର     ସଦେଇବେରେଣି


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ସଦେଇବେରେଣୀ ପୁଞ୍ଜ ସମ୍ପର୍କରେ :-

ସଦେଇବେରେଣୀ ପୁଞ୍ଜ ଓଡିଶା ପ୍ରଦେଶର ଭୁବନେଶ୍ୱର ଜିଲ୍ଲା ଅନ୍ତର୍ଭୁକ୍ତ |

ସଦେଇବେରେଣୀ ପୁଞ୍ଜ 484 ଜଣରୁ ଅଧିକ କାରିଗର ଏବଂ 34 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ କାର୍ଯ୍ୟରତ | ଏମାନଙ୍କର ସହଯୋଗୀ ବଳ ସେମାନଙ୍କର ଲାଭ ଓ ଉପାର୍ଜନକୁ ଦିନକୁ ଦିନ ବୃଦ୍ଧି କରୁଅଛି |

ଧାତୁକଳା :-

ଧାତବତାର ଦ୍ୱାରା ଭିତରର କାରୁକାର୍ଯ୍ୟର ନାମ ତାରକସି | ଏହାର ପ୍ରାଥମିକ  ଉତ୍ପତ୍ତିସ୍ଥଳ ଉତ୍ତରପ୍ରଦେଶର ମନିପୁରୀ | ଏହି କଳା ନବାବମାନଙ୍କର ପୃଷ୍ଠପୋଷକତା ବଳରେ ସମୃଦ୍ଧି ଲାଭ କରିଥିଲା | ପ୍ରଥମେ ଏହା ଚନ୍ଦନ କାଠ ପାଇଁ ବ୍ୟବହାର ହେଉଥିଲା | ଅନ୍ୟ ପଦାର୍ଥ ଦ୍ୱାରା ପୃଷ୍ଠତଳକୁ ଅଳଙ୍କରଣ କରିବା ପଦ୍ଧତିକୁ ଭିତରର କାରୁକାର୍ଯ୍ୟ ବୋଲି କୁହାଯାଏ | କାଠ ଭିତରେ କାରୁକାର୍ଯ୍ୟ କରିବା  ନିମିତ୍ତ ମୁଖ୍ୟତଃ ପିତଳ ବା ତଂବାତାରକୁ ବ୍ୟବହାର କରାଯାଏ | ଏହି ଅଙ୍କନ ପ୍ରଣାଳୀ ପାରମ୍ପରିକ କଳା ଅଟେ | ଏହି କଳାରେ କୌଣସି ଦେଶର ପ୍ରାଣୀ ସମୁହ ବା ଯାବତୀୟ ଉଦ୍ଭିଦ ଏବଂ ଜ୍ୟାମିତିକ ନକ୍ସା ସହିତ ବିଭିନ୍ନ ପ୍ରକାର ଜାଲିକାମ ଅନ୍ତର୍ଭୁକ୍ତ | ହାତୀଦାନ୍ତ ବ୍ୟବହାର ଉଚ୍ଛେଦ କରାଯିବାରୁ ପ୍ଲାଷ୍ଟିକକୁ ଭିତରର କାରୁକାର୍ଯ୍ୟ ପାଇଁ ବ୍ୟବହାର କରଗଲା | ମଣିପୁରୀରେ ପାରମ୍ପରିକ ତଂବା, ପିତଳ ଏବଂ ରୂପା ତାରକୁ ଏକତ୍ର କରି ମୋଡାଯାଇ ହାତୁଡିରେ ବାଡେଇ ପତଳା କରିସାରିଲା ପରେ ଭିତରର କାରୁକାର୍ଯ୍ୟ କରାଯାଏ | ପୃଷ୍ଠତଳରେ କରାଯାଇଥିବା ଭିତରର କାରୁକାର୍ଯ୍ୟ ତିନିପ୍ରକାର ରଙ୍ଗରେ ପ୍ରତିଭାତ ହୁଏ |

କଞ୍ଚାମାଲ :-

ମୁଖ୍ୟ ପ୍ରାଥମିକ ପଦାର୍ଥ :- ଆବୁଲ୍‍ସ କାଠ ଏବଂ ଶିଶୁ କାଠ |

ସଜେଇବା ପାଇଁ ଆବଶ୍ୟକ ପଦାର୍ଥ :ତଂବା ତାର, ପିତଳ ତାର, ହାତୀଦାନ୍ତ ଏବଂ ପ୍ଳାଷ୍ଟିକ

ହାତ କରତ, ନିଆଁକୁ ଫୁଙ୍କିବା ନଳୀ, ନିହଣ, କାଠପଟା ଏବଂ ରୁହା (ଫାଇଲ) |

ପ୍ରକ୍ରିୟା :-

ପୃଷ୍ଠତଳକୁ ଅନ୍ୟ ପଦାର୍ଥ ଦ୍ୱାରା  ସୁନ୍ଦର ଭାବେ ଅଳଙ୍କରଣ ପଦ୍ଧତିକୁ ଭିତରର କାରୁକାର୍ଯ୍ୟ ବା ଖଚିତ କରିବା ବୋଲି କୁହାଯାଏ | କାଠ ଭିତରେ କାରୁକାର୍ଯ୍ୟ କରିବା ପାଇଁ ପିତଳ ବା ତଂବା ତାରକୁ ବ୍ୟବହାର କରାଯାଏ | ଏକ ବଡ କାଠ ଖଣ୍ଡରୁ ଆବଶ୍ୟକ ଆୟତନର କାଠ କାଟିସାରିବା ପରେ, ଗୋଟିଏ ନକ୍‍ସାକାଗଜରେ ଅଙ୍କନ କରାଯାଏ ଏବଂ ଏହା କାଠ ଉପରେ ଅଙ୍କନ କରାଯାଏ, ତଂବା ବା ପିତଳ ତାରକୁ ହାତୁଡିରେ ବାଡେଇ ବାଡେଇ ପତଳା ଖଣ୍ଡରେ ପରିଣତ କରାଯାଏ ଏବଂ ଏଥିରେ ସୂକ୍ଷ୍ମ ତାର ଟଣାଯାଏ | କାଠରେ ଅଙ୍କିତ ହୋଇଥିବା ନକ୍‍ସା ଅନୁସାରେ ହାତୁଡି ଓ ନିହଣ ସାହାଯ୍ୟରେ କାଠକୁ ଖୋଦେଇ କରାଯାଏ | ଏବଂ ବଟାଳିକୁ ହାଲକା ଭାବରେ ମୁଗୁର ଦ୍ୱାରା ମୃଦୁ ଆଘାତ କରାଯାଏ | ତଂବା ବା ପିତଳ ତାରକୁ ଆଗରୁ ଖୋଦେଇ ହୋଇଥିବା ଅଙ୍କନ ଯାଗାରେ ହାତୁଡିରେ ପିଟାଯାଏ | ଯଦି ହାତୀଦାନ୍ତ ମଧ୍ୟସ୍ଥିତ ଯାଗାରେ ଦେବାକୁ ଥାଏ, ତାହାହେଲେ ହାତୀଦାନ୍ତର (ଦରକାର ଅନୁସାରେ) ଖଣ୍ଡକୁ କରତରେ କାଟି ଶିରିଷ ଅଠା ସାହାଯ୍ୟରେ ନିର୍ଧାରିତ ସ୍ଥାନରେ ଲଗାଯାଏ | ଭିତରର କାରୁକାର୍ଯ୍ୟ ପିତଳ ତାର ବା ହାତୀଦାନ୍ତରେ ସମ୍ପୂର୍ଣ୍ଣ ହୋଇସାରିଲା ପରେ ଅଧିକ ଅଧିକ ଉଜ୍ଜ୍ୱଳ ଦେଖାଯିବା ପାଇଁ ରୁହାରେ ଘଷି ଚିକ୍କଣ କରାଯାଏ |

କୌଶଳ :-


1. ଭିତରର କାରୁକାର୍ଯ୍ୟ

2. ଖୋଦିତ କରିବା ବା ଖୋଦନ

3. ମସୃଣ କରିବା

4. ପାଲିସ କରିବା (ଉଜ୍ଜ୍ୱଳତା ପାଇଁ)

କିପରି ପହଞ୍ଚିବ :-

ଆକାଶ ମାର୍ଗ ଦ୍ୱାରା :-

ଓଡିଶାର ରାଜଧାନୀ ଭୁବନେଶ୍ୱରକୁ ଆକାଶ ପଥରେ ପହଞ୍ଚିବା ଅତି ସୁବିଧାଜନକ ଅଟେ | ପ୍ରମୁଖ ସରକାରୀ ଓ ବେସରକାରୀ ଏୟାରଲାଇନର ବିମାନଗୁଡିକ ନିୟମିତ ଭାବରେ ଭୂବନେଶ୍ୱରକୁ ଆସନ୍ତି ଓ ଯାଆନ୍ତି | ହାଇଦ୍ରାବାଦ, ନାଗପୁର, କୋଲକତା, ଦିଲ୍ଲୀ, ରାୟପୁର, ବାରଣାସୀ, ମୁଂବାଇ ଏବଂ ଚେନ୍ନାଇରୁ ଏହି ସହରକୁ ସହଜରେ ଯିବା ଆସିବା କରି ହୁଏ|

ସ୍ଥଳପଥ ଦ୍ୱାରା :-

କୋଲକାତା ସହ ସଂଯୋଗ ସ୍ଥାପନ କରୁଥିବା ଜାତୀୟ ରାଜପଥ ଭୁବନେଶ୍ୱର ଦେଇ ଯାଇଛି| ଦେଶର ଯେ କୌଣସି ପ୍ରାନ୍ତରୁ ଓଡିଶାକୁ ଆସିବାକୁ ବିସ୍ତୀର୍ଣ୍ଣ ପଥ ରହିଛି ଯେ କୌଣସି ସ୍ଥାନରୁ ଓଡିଶାକୁ ଆସିବା ଅତ୍ୟନ୍ତ ସହଜ ହୋଇଥାଏ|

ରେଳପଥ  ଦ୍ୱାରା :-

ଭୁବନେଶ୍ୱର ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ ରେଳଷ୍ଟେସନ | ବହୁ ଗୁରୁତ୍ୱପୂର୍ଣ୍ଣ ରେଳଗାଡି ଏହି ସହର ଦେଇ ଯାତାୟତ କରେ | ଭୁବନେଶ୍ୱରେ ରେଳଷ୍ଟେସନ ସହିତ ଓଡିଶାରେ ବହୁ ରେଳଷ୍ଟେସନ ରହିଛି |




ৰূপায়ণ কৰা এজেঞ্চীৰ বিশদ বিৱৰণ



ଓଡିଶା     ଭୁବନେଶ୍ୱର     ଓରୁପା (ଓଡିଶା ଗ୍ରାମ୍ୟ ଓ ପୌରାଞ୍ଚଳ ଉତ୍ପନ୍ନ ସଂଘ)