Ka jingiathuh bniah ia ki kynhun treikam
ଓଡିଶା     ଖୋର୍ଧା     ମୁଣ୍ଡହଣା


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ମୁଣ୍ଡାହଣା ପୁଞ୍ଜ ବିଷୟରେ :-

ମୁଣ୍ଡାହଣା ପୁଞ୍ଜ ଓଡିଶାର ଖୋର୍ଧା ଜିଲ୍ଲା ଅନ୍ତର୍ଗତ |

ମୂଣ୍ଡାହଣା ପୁଞ୍ଜ 166 ଜଣରୁ ଅଧିକ କାରିଗର ଏବଂ 12ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କର ମିଳିତ ଉଦ୍ଯମ ଦିନକୁ ଦିନ ଅଧିକ ସକ୍ରିୟ ହେଉଛି|

ହସ୍ତ ମୁଦ୍ରଣ :-

ହସ୍ତ-ପିଣ୍ଡ ମୁଦ୍ରାଙ୍କନ ସମଗ୍ର ଭାରତର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳେ ଓ ପ୍ରତ୍ଯେକ ଅଂଚଳର  ଶୈଳୀ ଏବଂ ରଙ୍ଗର ବ୍ଯବହାର ସ୍ୱତନ୍ତ୍ର || ଓଡିଶାର ପିଲାଖୁଆ ଅଞ୍ଚଳରେ କଳାକାରମାନଙ୍କ ଦ୍ୱାରା ପିତଳବ୍ଲକ ସାହାଯ୍ୟରେ ରୂପରେଖ ଅଙ୍କନ କରାଯାଏ | ଯାଜପୁରରେ କାରିଗରମାନେ ସାଗୁଆନ କାଠରେ କାଠ-ପିଣ୍ଡ ଖୋଦେଇ କରନ୍ତି | ତାପରେ ଖୋଦିତ-ପିଣ୍ଡକୁ ରଙ୍ଗରେ ବୁଡାଇ କପଡା ଉପରେ ଛପାଯାଏ | ଗୁଜୁରାଟର ପେଠାପୁର ହସ୍ତ-ପିଣ୍ଡ ମୁଦ୍ରାଙ୍କନ ପାଇଁ ପ୍ରସିଦ୍ଧି ଲାଭ କରିଛି | ବର୍ତ୍ତମାନ କାରଖାନା ଯୋଗୁଁ ଏହି କଳାର ଅବନତି ଘଟୁଛି |

ହସ୍ତ-ପିଣ୍ଡ ମୁଦ୍ରାଙ୍କନ ସମଗ୍ର ଭାରତର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳେ ଓ ପ୍ରତ୍ଯେକ ଅଂଚଳର  ଶୈଳୀ ଏବଂ ରଙ୍ଗର ବ୍ଯବହାର ସ୍ୱତନ୍ତ୍ର || ଓଡିଶାର ପିଲାଖୁଆ ଅଞ୍ଚଳରେ କଳାକାରମାନଙ୍କ ଦ୍ୱାରା ପିତଳବ୍ଲକ ସାହାଯ୍ୟରେ ରୂପରେଖ ଅଙ୍କନ କରାଯାଏ | ଯାଜପୁରରେ କାରିଗରମାନେ ସାଗୁଆନ କାଠରେ କାଠ-ପିଣ୍ଡ ଖୋଦେଇ କରନ୍ତି | ତାପରେ ଖୋଦିତ-ପିଣ୍ଡକୁ ରଙ୍ଗରେ ବୁଡାଇ କପଡା ଉପରେ ଛପାଯାଏ | ଗୁଜୁରାଟର ପେଠାପୁର ହସ୍ତ-ପିଣ୍ଡ ମୁଦ୍ରାଙ୍କନ ପାଇଁ ପ୍ରସିଦ୍ଧି ଲାଭ କରିଛି | ବର୍ତ୍ତମାନ କାରଖାନା ଯୋଗୁଁ ଏହି କଳାର ଅବନତି ଘଟୁଛି |

ଚନ୍ଦେରି ଷ୍ଟୋଲସ୍‍ ଏବଂ ଦୁପଟ୍ଟା, ମଙ୍ଗଳଗିରି ସାଲୁଆର ସୁଟସ୍‍ ଏବଂ ଶାଢି, ମାହେଶ୍ୱରୀ ସାଲୱାର ଏବଂ ଶାଢି, ତୁଷାର ସାଲୁଆର ସୁଟସ ଏବଂ ଶାଢି, ଜର୍ଜେଟ ଶାଢି, ସିଫନ ଶାଢି, ଖଦି କନା ଉପରେ ପ୍ରିଣ୍ଟ, ଏବଂ ଖଦୀ ସିଲ୍କ, ଭଏଲ ଓ ଚାଦର ଉପରେ ସୂତା ପ୍ରିଣ୍ତ |

ଜାମଦାନୀରେ ଅଧିକାଂଶ ସ୍ଥଳରେ ହାଲ୍‍କା ରଙ୍ଗ ପୃଷ୍ଠଭୂମିରେ ଧଳା, ମେରୁନ, କଳା, ଶାଗୁଆ, ସୁନେଲି, ରୁପେଲି ରଙ୍ଗର ଏବଂ ସୁନେଲିରଙ୍ଗର ମୁଗା ସିଲ୍କରେ ଡିଜାଇନ  ବୁଣାହୁଏ| ଜାମଦାନୀ ଏବଂ ଟାଙ୍ଗାଇଲ ବୁଣା ଶୈଳୀରେ ମୂଳସୂତ୍ରର ପାର୍ଥକ୍ୟ ଦେଖାଯାଏ ଏବଂ ଏହା ଅତିରିକ୍ତ ଭରଣି ସୂତାର ପାର୍ଥକ୍ୟ ଅଟେ | ଜାମଦାନୀର ସୁନ୍ଦର ଏମ୍ରୋଡୋରିର ସୂତା ପ୍ରତିପୃଷ୍ଠରେ ବିଦ୍ଧ କରିବା ପରେ ଭର୍ତ୍ତି କରଯାଏ,  ମାତ୍ର ଟାଙ୍ଗାଇଲ କ୍ଷେତ୍ରରେ ସୁନ୍ଦର ଏମ୍ରୋଡୋରିର(ଏମ୍ବ୍ରୋଡୋରି) ସୂତା ଦୁଇ ପୃଷ୍ଠରେ ବିଦ୍ଧ କରିବାପରେ ଭର୍ତ୍ତି କରାଯାଏ | ଟାଙ୍ଗାଇଲସର ପ୍ରଧାନ ବିଶେଷତ୍ୱହେଲା  ଯେ ଏହାର ଅତିରିକ୍ତ ଭରଣୀସୂତା ବୁଟ୍ଟିସ, ଅତିସୂକ୍ଷ୍ମ କାରୁକାର୍ଯ୍ୟ ସମଗ୍ର ପୃଷ୍ଠତଳରେ ବାରଂବାର ଦେଖାଯାଏ | ପାରମ୍ପରିକ ଭାବେ ଜାମଦାନୀ ଧଳାରେ ଅଙ୍କନ କରି ବୁଣାଯାଏ | ଜ୍ୟାମିତିକ ଅଙ୍କନ ଶୈଳୀରେ ପାରମ୍ପରିକ ଜାମଦାନୀ ଶାଢି ସୂତା ଟାଙ୍ଗାଇଲ ବେଶ୍ ଲୋକପ୍ରିୟତା ଅର୍ଜନକରିଛି | ବର୍ତ୍ତମାନ ପର୍ଯ୍ୟନ୍ତ  ପଶ୍ଚିମ ବଙ୍ଗରେ ଏହି ପ୍ରକାରର ଶାଢି ବୁଣାଚାଲିଛି | ଏହା ଅତ୍ୟନ୍ତ ହାଲକା ହୋଇଥିବାରୁ ଭାରତବର୍ଷ ପରି ଗ୍ରୀଷ୍ମମଣ୍ଡଳୀୟ  ଦେଶରେ ପ୍ରତିଦିନପିନ୍ଧା ଶାଢି ହିସାବରେ ବ୍ୟବହାର କରାଯାଉଛି |

କଞ୍ଚାମାଲ :-

ଯେ କୌଣସି ସୂକ୍ଷ୍ମ ତନ୍ତୁ, ସୂତା ବା ଯେଉଁ ଜିନିଷ ଦ୍ୱାରା କାରୁକାର୍ଯ୍ୟ ବା ପରିଚ୍ଛଦ କରିହେବ ଏବଂ  ଏହାଦ୍ୱାରା ପ୍ରସ୍ତୁତ ସାମଗ୍ରୀ |  ଏହି ଶବ୍ଦ ମୂଳତଃ ବୁଣାଯାଇଥିବା ବସ୍ତ୍ର କ୍ଷେତ୍ରରେ ବ୍ଯବହୃତ ହେଉଥିଲା ମାତ୍ର ବର୍ତ୍ତମାନ ଏହା ବୁଣିବା, ବଣ୍ଡେଡ (ଦୃଢ ଭାବରେ ବାନ୍ଧିବା), ଫେଲଟେଡ (ଗୁଚ୍ଛ କରିବା), ଏବଂ ଗୋଚ୍ଛାକାର ବୁଣାହୋଇଥିବା ବସ୍ତ୍ର କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ | ବସ୍ତ୍ର ତିଆରି ପାଇଁ ଆବଶ୍ୟକ ମୌଳିକ କଞ୍ଚା ମାଲ୍ ପ୍ରାକୃତିକ ଉତ୍ସରୁ ମିଳୁଥିବା ତନ୍ତୁ(ଉଦାହରଣ ପଶମ),  ବା ରାସାୟନିକ ପଦାର୍ଥ (ଉଦାହରଣ ପଲିଷ୍ଟର) ହୋଇପାରେ | ବୟନ କାର୍ଯ୍ୟରେ ଆବଶ୍ୟକ ଉପକରଣକୁ ନେଇ ଏହାକୁ କେତେକ ଶ୍ରେଣୀରେ ବିଭକ୍ତ କରାଯାଇଛି: ସିଲ୍‍କ, ପଶମ, ଲିନେନ, ସୂତା, କୃତ୍ରିମ ତନ୍ତୁ, ଯଥା ରେୟନ, ନାଇଲନ୍‍, ଏବଂ ପଲିଷ୍ଟର ଏବଂ କୃତ୍ରିମତନ୍ତୁ ଯଥା ସ୍ୱର୍ଣ୍ଣବସ୍ତ୍ର, କାଚ ତନ୍ତୁ ଏବଂ ଆଜବେଷ୍ଟସ ବସ୍ତ୍ର |

ପ୍ରକ୍ରିୟା :-

ବୟନ କ୍ଷେତ୍ରରେରେ ହସ୍ତ-ମୁଦ୍ରାଙ୍କନ  ଏପରି ଏକ ପ୍ରଣାଳୀ ଯେଉଁଥିରେ ନିର୍ଦ୍ଦିଷ୍ଟ ଡିଜାଇନ ଅନୁସାରେ ବା ଧାରାରେ କପଡାରେ ରଙ୍ଗ କରାଯାଏ |  ଉପଯୁକ୍ତ ଭାବରେ ମୁଦ୍ରାଙ୍କନ କରାଯାଇଥିଲେ ବସ୍ତ୍ରକୁ ଧୋଇଲେ ବା ମକଚିଲେ ରଙ୍ଗ ଛାଡେ ନାହିଁ | ବୟନ ମୁଦ୍ରାଙ୍କନ ରଙ୍ଗ କରିବା ଅର୍ଥରେ ପରିଚିତ | ରଙ୍ଗ କରିବା ଅର୍ଥ ସମ୍ପୂର୍ଣ୍ଣ ବସ୍ତ୍ରକୁ ଗୋଟିଏ ରଙ୍ଗରେ ସମାନ ଭାବରେ ରଙ୍ଗ କରିବା | ମାତ୍ର ମୁଦ୍ରାଙ୍କନରେ ବିଭିନ୍ନ ରଙ୍ଗ ଭିନ୍ନଭିନ୍ନ ଜାଗାରେ  ଦିଆଯାଏ | ଏବଂ ବିଭିନ୍ନ ନମୁନାରେ ଏହା ପ୍ରସ୍ତୁତ କରାଯାଏ | ମୁଦ୍ରାଙ୍କନରେ କାଠ-ପିଣ୍ଡ, ମୁଦ୍ରାଫଳକ, ଖୋଦିତଧାତୁ ଫଳକ, ପେଷଣ ଦଣ୍ଡ ଏବଂ ରେଶମ ଚାଲୁଣୀ ଦ୍ୱାରା ବୁଣାବସ୍ତୁ ବା କପଡା ଉପରେ ରଙ୍ଗ ପ୍ରଦାନ କରାଯାଏ | ରଙ୍ଗ କାରିଗରମାନେ ମୁଦ୍ରାଙ୍କନ ସମୟରେ ଗାଢରଙ୍ଗ ବ୍ୟବହାର କରନ୍ତି | କାରଣ ବେଶୀ ତରଳ ରଙ୍ଗ ବ୍ୟବହାର କରିବାଦ୍ୱାରା କୌଶିକଆକର୍ଷଣ ବଳ ଯୋଗୁଁ ଏହା ପରିକଳ୍ପିତ ନମୁନା ବାହାରକୁ ବ୍ୟାପିଯାଏ | ତେଣୁ ସ୍ପଷ୍ଟ ଛାପ ହୁଏନାହିଁ |

ପାରମ୍ପରିକ ବୟନ ମୁଦ୍ରାଙ୍କନ କୌଶଳକୁ ସାଧାରଣତଃ ଚାରି ପ୍ରକାର ଶୈଳୀରେ ବିଭକ୍ତ କରାଯାଇଛି |

ସିଧାସଳଖ ମୁଦ୍ରାଙ୍କନ, ଯେଉଁଥିରେ ରଙ୍ଗଶିଳ୍ପୀମାନେ ରଙ୍ଗ, ରଙ୍ଗ ଗାଢ କରିବାର ଉପାଦାନ, ବସ୍ତ୍ର ଉପରେ ରଙ୍ଗକୁ ଧରି ରଖିବା ପାଇଁ ଆବଶ୍ୟକ ପଦାର୍ଥ ସାହାଯ୍ୟରେ ନିର୍ଦ୍ଦିଷ୍ଟ ଶୈଳୀରେ ମୁଦ୍ରାଙ୍କନ କରନ୍ତି |

ବସ୍ତ୍ର ଡାଇ ବା ରଙ୍ଗ କରିବା ପୂର୍ବରୁ ପରିକଳ୍ପିତ ଡିଜାଇନ ବା ଆକୃତିକୁ ପ୍ରଥମେ ପ୍ରିଣ୍ଟ କରାଯାଇଥାଏ, ଯେଉଁ ସ୍ଥାନରେ ରଙ୍ଗ ସ୍ଥାପନାକାରୀ ଲାଗିଥାଏ ବା ପ୍ରିଣ୍ଟ ହୋଇଥାଏ କେବଳ ସେହି ସ୍ଥାନରେ ରଙ୍ଗ ଲାଗିଥାଏ|

ରଙ୍ଗକୁ ରୋଧ କରିବା, ଯେଉଁଠାରେ ଗୋଟିଏ ମହମ ବା ଅନ୍ୟ ବସ୍ତୁଦ୍ୱାରା ବସ୍ତ୍ର ଉପରେ ମୁଦ୍ରାଙ୍କନ କରାଯାଏ ଯହାକି ପରେ ରଙ୍ଗ କରାଯାଏ | ମହମ ଲାଗିଥିବା ଯାଗାରେ ରଙ୍ଗ ଆଦୌ ଲାଗେନାହିଁ | ଏହା ଫଳରେ ରଙ୍ଗ ବିହୀନ ଅଙ୍କନ ଶୈଳୀ ରଙ୍ଗୀନ ପୃଷ୍ଠଭୂମିରେ ପ୍ରତିଭାତ ହୁଏ |

ନିଷ୍କାସନ ମୁଦ୍ରାଙ୍କନ ବା ପ୍ରିଣ୍ଟିଂଯେଉଁଥିରେ ବସ୍ତ୍ର ଧଳା କରିବା ବସ୍ତୁ ବା ବ୍ଲିଚରେ ପୂର୍ବରୁ ରଙ୍ଗ କରିଥିବା ବସ୍ତ୍ରରେ ମୁଦ୍ରାଙ୍କନ କରାଯାଏ | ଏହାଦ୍ୱାରା କିଛି ବା ସମସ୍ତ ରଙ୍ଗକୁ ବାହାର କରିଦିଆଯାଏ |

ଉନବିଂଶ ଶତାବ୍ଦୀରେ ବିଶେଷ ଲୋକପ୍ରିୟ ଥିଲା ରୋଧ ଏବଂ ନିଷ୍କାସନ ପଦ୍ଧତିରେ ବସ୍ତ୍ର ପ୍ରସ୍ତୁତି| ଏହାର ମିଶ୍ରଣ କୌଶଳରେ ଅନ୍ୟ ରଙ୍ଗର ପିଣ୍ଡରେ ମୁଦ୍ରାଙ୍କନ କରିବା ପୂର୍ବରୁ ନୀଳ ରଙ୍ଗକୁ ରୋଧ କରାଯାଇ ଘନନୀଳ ରଙ୍ଗର ପୃଷ୍ଠଭୂମି ସୃଷ୍ଟି କରାଯାଏ |  ଅତ୍ୟାଧୁନିକ ଔଦ୍ୟୋଗିକ ମୁଦ୍ରାଙ୍କନ କ୍ଷେତ୍ରରେ  ସିଧାସଳଖ ମୁଦ୍ରାଙ୍କନ କୌଶଳ ବ୍ଯବହୃତ ହୋଇଥାଏ |

1. ପର୍ଦା ପ୍ରସ୍ତୁତି- ଗୋଟିଏ ଷ୍ଟେନଲେସ ଷ୍ଟିଲ ଫ୍ରେମରେ ଗୋଟିଏ ସୁକ୍ଷ୍ମ ଭାବରେ ବୁଣାଯାଇଥିବା ଡେକ୍ରୋନ ଚାରିପଟକୁ ଟାଣି ଧରି  ବିଛାଇ ଦିଆଯାଇ ପର୍ଦା ପ୍ରସ୍ତୁତ କରାଯାଏ | ଡେକ୍ରୋନରେ ଏକ ପ୍ରକାର ଆଲୋକ ପ୍ରତି ସଂବେଦନଶୀଳ ତରଳ ପଦାର୍ଥ ଲେପନ କରାଯାଇଥାଏ ଅସ୍ୱଚ୍ଛ କଳାରଙ୍ଗ କାଳିରେ ପ୍ରସ୍ତୁତ କରାଯାଇଥିବା ଚିତ୍ର ଉପରେ ଏହାକୁ ସ୍ଥାପନ କରାଯାଇଥାଏ| ତାପରେ ଏହାକୁ ଆଲୋକ ସମ୍ମୁଖରେ ଅନାବୃତ କରାଯାଏ ଯାହାଦ୍ୱାରା ଏକ ଛାୟା ପ୍ରତିକୃତି ସୃଷ୍ଟି ହେବ | ଏହା ଫଳରେ ପର୍ଦା ପ୍ରସ୍ତୁତ ହୋଇଥାଏ ଏବଂ ଏହା ଉପରେ କାଳି  ଢଳା ଯାଇଥାଏ, କେବଳ ଚିତ୍ରିତ ହୋଇଥିବା ଅଂଶ କାଳି ଶୋଷଣ କରିଥାଏ |

2. ମିଶାଇବା ଏବଂ କାଳିର ପ୍ରୟୋଗ କରିବା |

3. ମୁଦ୍ରାଙ୍କନ ଟେବୁଲରେ ବସ୍ତ୍ରକୁ କଣ୍ଟା ଦେଇ ସ୍ଥାପନ କରିବା |

4. ବସ୍ତ୍ରର ମୁଦ୍ରାଙ୍କନ-ପର୍ଦାକୁ ସବଷ୍ଟ୍ରେଟ ପଦାର୍ଥ ବା ନିର୍ଧାରିତ ଫ୍ରେମ ଉପରେ ସ୍ଥାପନ କରି ପର୍ଦାରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ କାଳିକୁ ଚିପି ଛଡାଯାଏ | ଫଳରେ କାଳି ଭେଦିଯାଏ |

5. ବସ୍ତ୍ରକୁ ଶୁଖାଇବା

 

କୌଶଳ :-

ଇସ୍ଶ୍ ତକନିକ୍  କୋ ଅଲଗ୍  ଅଲଗ୍ ରନ୍ଗ୍ କେ ସାଥ୍ ପତ୍ତେରନ୍ ସ୍ବାହୀ  କେ ଚୋତେ ବୂନଦିଂ ଜୋ ସୁବସ୍ତରିତେ ସଃ ପର ପୁରବ୍ ନିରଧରିଟ୍ ସୁଚାମ୍ ଅରରଯ  ମେ ବିଶେଶ୍ ଦିଏ ଦ୍ବାରା ବନୀ ଜାତି ହୈ.ଇସ୍ଶ୍ ମୁଦରନ୍ ବସ୍ତରୋଆନ୍ କି ସଜାବତୀ ମୁଲା ବଢନେ କେ ଲିଏ ଜଲଡ଼ ସେ ଜଲଡ଼ ଇସ୍ତେମାଲ୍ କି ହୈ . ଇସ୍ଶ୍ ଟିଏ ଔର୍ ଦିଏ କି ପରମପରଗଟ୍  ତକନିକ୍ ହୈ . ଏକ ସପରଯ ଗୁଣ କେ ଲିଏ ଏକ ସକରୀନ ଔର୍ ବିଧ୍ୟୁତ୍ କୋଅତିନଗ କେ ମଧୟମ୍ ସେ ରନ୍ଗ୍ ବଲ୍ କ ପ୍ରୟୋଗ୍ କିୟା ଜାତ ହୈ. ଇସ୍ଶ୍ ତକନିକ୍ ଦୋନୋ ଲାପେଟୋଇଁ  ଔର୍ ଧଗଇଁ ଜହାଂ ମୂଲ ରନ୍ଗ୍ କୋ ବନେ ରକ୍ଖ ଔର୍ ଫିର୍ ସରନଗ୍ କି ଜରୂରଟ୍ କେ ଉପର  ବଢନେ ମେ ଶମିଲ୍ ହୈ.

 

କିପରି ପହଞ୍ଚିବ :-

 

ଆକାଶ ମାର୍ଗ ଦ୍ାରା :-

 

ଭୁବନେଶ୍ ହେଉଛି ନିକଟତମ ବିମାନଘାଟି ଯାହାର ଦୂରତା 30 କି:ମି|

 

ସ୍ଥଳପଥ ଦ୍ାରା :-

 

 

ଖୋର୍ଧା ଏନ.ଏଚ. ରେ ଅବସ୍ଥିତ | ଭୂବନେଶ୍ ଖୋର୍ଧାଠାରୁ ରାଜ୍ୟର ପ୍ରମୁଖ ସହରଗୁଡିକୁ ନିୟମିତ ବସ୍ସେବା ରହିଛି |

 

ରେଳପଥ  ଦ୍ାରା :-

 

ଖୋର୍ଧା ରୋଡ ହେଉଛି ନିକଟତମ ରେଳବାଇ ଜଙ୍କସନ ଯାହାକି 12  କି:ମି ଦୂରତାରେ ଅବସ୍ଥିତ | ଭୁବନେଶ୍ ରେଳବାଇ ଷ୍ଟେସନ 30 କି:ମି ଦୂରରେ ଅବସ୍ଥିତ|

 


 




Ka jingiathuh bniah ia ki seng pyntreikam



ଓଡିଶା     ଖୋର୍ଧା