ଓଡିଶା     ବଲାଙ୍ଗୀର     ଦେଓଗାଁ


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

 

ଦେଓଗାଁ ପୁଞ୍ଜ ବିଷୟରେ :-

 

ଦେଓଗାଁ ପୁଞ୍ଜ ଓଡିଶା ପ୍ରଦେଶର ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ |

 

ଦେଓଗାଁ ପୁଞ୍ଜ 213 ଜଣରୁ ଅଧିକ କାରିଗର ଏବଂ 21ଟି ସ୍ୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କର ମିଳିତ ଉଦ୍ଯମ ଦିନକୁ ଦିନ ଅଧିକ ସଫଳତା ହସଲ କରୁଅଛି|



ବେତ ଏବଂ ବାଉଁଶ :-

ଯେ କୌଣସି ଅନ୍ୟ ରାଜ୍ୟପରି ଓଡିଶା ମଧ୍ୟ ବେତ ବାଉଁଶରୁ ବିଭିନ୍ନ ଆସବାବପତ୍ର ପ୍ରସ୍ତୁତ କରିବାରେ ଦକ୍ଷତା ଅର୍ଜନ କରିଛି | ଏହି କଳା ସମ୍ପୂର୍ଣ ଭାବେ ପ୍ରାକୃତିକ, ଯାହାକି ରାସାୟନିକ ପଦାର୍ଥ ଠାରୁ ମୁକ୍ତ ଏବଂ ପରିବେଶ ପ୍ରତି ଅନୁକୂଳ| | ବାଉଁଶର ଦୃଢ ଭାବେ ପ୍ରସାରିତ ହେବା ଗୁଣ ଯୋଗୁଁ ଏହାକୁ ଅତି ସହଜରେ ବିଭିନ୍ନ ଆକୃତିର ଉପଯୋଗୀ ଆସବାବପତ୍ର କରିବା ଅତି ସହଜ ହୋଇଥାଏ | କୂଶଳୀ କାରିଗରମାନେ ସେମାନଙ୍କର କଳା କୌଶଳ ପ୍ରୟୋଗ କରି ବିଭିନ୍ନ କିସମର ଗୃହୋପଯୋଗୀ ପଦାର୍ଥ ଯଥା ଝୁଡି, ଚାଉଳଧୁଆ ବାଉଁଶିଆ, ପନିପରିବା ଧୁଆ ଚିଡେଇ,ଭୋଗେଇ, ଝାଡୁ ଇତ୍ୟାଦି ପ୍ରସ୍ତୁତ କରନ୍ତି | ସୌଖୀନ ଆସବାବପତ୍ର ମଧ୍ୟରେ ବିଭିନ୍ନ ପ୍ରକାରର ଗୃହସଜ୍ଜା, ସାଜସରଞ୍ଜାମ, ଥାକ  ଇତ୍ଯାଦି ଅନ୍ତର୍ଭୁକ୍ତ | ବାଉଁଶର ଏକ ସ୍ୱତନ୍ତ୍ରତା ହେଉଛି ଏହାର ଯତ୍ନ ନେବାପାଇଁ ବିଶେଷ ଗୁରୁତ୍ୱ ଦିଆ ଯାଏନାହିଁ | ବର୍ଷକୁ ଥରେ ମାତ୍ର ଏଥିରେ ପ୍ରଲେପ ଦେଇଦେଲେ ଏହା ଦୀର୍ଘସ୍ଥାୟୀ ହୋଇଥାଏ |

ଓଡିଶାର ଦୈନନ୍ଦିନ ଜୀବନରେ  ବେତ ଏବଂ ବାଉଁଶର ବହୁଳ ବ୍ଯବହାର ପରିଲକ୍ଷିତ ହୋଇଥାଏ| | ଘରକରଣା ଜିନିଷଠାରୁ ଆରମ୍ଭ କରି ବାସସ୍ଥଳୀ ପ୍ରସ୍ତୁତ କାର୍ଯ୍ୟରେ, ଲୁଗାବୁଣା ପାଇଁ ତନ୍ତ ତିଆରିରେ ଏବଂ ବିଭିନ୍ନ ପ୍ରକାରର ବାଦ୍ଯ ଯନ୍ତ୍ର ପ୍ରସ୍ତୁତିରେ କରିବାରେ ବାଉଁଶ ବ୍ଯବହୃତ ହୋଇଥାଏ |ଏହା ମୁଖ୍ଯତଃ ଏକ  ପାରିବାରିକ ଉଦ୍ୟୋଗ, ବାଉଁଶରେ ନିଜର ଶିଳ୍ପ ଚାତୁରୀର ପ୍ରଦର୍ଶନ କ୍ଷେତ୍ରରେ କୌଣସି ମେସିନ ବା ଯନ୍ତ୍ର ଆବଶ୍ଯକ ହୋଇନଥାଏ| ଉପକରଣର ଆବଶ୍ୟକତା ଆଦୌ ନାହିଁ | ବାଉଁଶ ବାସ୍କେଟ ବୁଣିବା ସହିତ ଏହା ମୁଖ୍ୟତଃ ଗୃହ ନିର୍ମାଣ କାର୍ଯ୍ୟ ଏବଂ ବାଡ ବୁଜିବା କ୍ଷେତ୍ରରେ ବ୍ୟବହୃତ ହୁଏ | ଏହି ଶିଳ୍ପକଳା ପାରମ୍ପରିକ ଭାବେ

ଚାଷୀମାନଙ୍କୁ ଅବସର ସମୟରେ ସେମାନଙ୍କ ପାଇଁ  ଆଂଶିକ ନିଯୁକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ | ଏବଂ ବର୍ତମାନ ଏ କ୍ଷେତ୍ରରେ ବ୍ଯବସାୟିକ ଉଦ୍ଦେଶ୍ଯ ସହିତ ପେଶାଦାର  କାରିଗରମାନଙ୍କୁ ଦେଖିବାକୁ ମିଳୁଛି |

ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓଡିଶା ପ୍ରଦେଶର ସବୁ ସ୍ଥାନରେ ଉପଲବ୍ଧ | ବିଭିନ୍ନ ପ୍ରକାରର ଓ ଆକୃତିର ବାଉଁଶ ତିଆରି ଝୁଡି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ | ପାରିବାରିକ ଧନ୍ଦାରେ ନିଯୁକ୍ତ କାରିଗରମାନେ ସାଧାରଣତଃ ବାଉଁଶରୁ ଝୁଡି ବୁଣିବାରେ ଲିପ୍ତ ରୁହନ୍ତି | ପ୍ରତି ଜିଲ୍ଲାର ନିଜସ୍ୱ ସ୍ୱତନ୍ତ୍ରତା ଅଛି | ସାଧାରଣତଃ କୋନ୍ ଆକାରର ଝୁଡି ଜିନିଷ ପତ୍ର ନେବା ଆଣିବା ଝୁଡି ଭାବରେ ଏବଂ ଗୋଲାକାର ଭିତ୍ତିଥାଇ ଚତୁର୍ଭୁଜାକାର ଝୁଡି ଘରେ ଜିନିଷପତ୍ର ସାଇତି ରଖିବା କାର୍ଯ୍ୟରେ ବ୍ୟବହାର କରାଯାଏ | ଓଡିଶାର ଗଞ୍ଜାମରେ ତିଆରି ବାଉଁଶ ଝୁଡି ତାହାର ଏକ ଜ୍ୱଳନ୍ତ ଉଦାହରଣ | ଏହା ବର୍ଗାକାର ଭିତ୍ତିଭୂମି ଉପରେ ନିର୍ମିତ ଝୁଡି, ଭିତର ପଟକୁ ଢାଙ୍କୁଣୀ ଆକାରର ହୋଇଥାଏ ଏବଂ ବର୍ଗକ୍ଷେତ୍ର କୋଣ ଏହାକୁ ଦୃଢଭାବେ ଧରି ରଖିବାରେ ସାହାଯ୍ୟ କରେ ଏବଂ ଏହାର ଚଉଡା ମୁହଁ ରହିଥାଏ | ଏହି ଝୁଡି ଗୁଆ ରଖିବା ଝୁଡି ଭାବେ ବ୍ୟବହୃତ ହୁଏ | କୋଡ ବାଉଁଶରେ ଝୁଡି ତିଆରି କରିବାକୁ ଏକ ଆକୃତିର ସହାଯ୍ୟ ନେବାକୁ ପଡିଥାଏ ଯାହା ଝୁଡିର ବେକ ଓ ମୁଖ ପାଇଁ ଆବଶ୍ୟକ ହୋଇଥାଏ | ମାଟିଆ କାଗଜକୁ କୋନ ଆକୃତିରେ ଭଙ୍ଗାଯାଇ ଝୁଡି ଭିତରେ ଏପରି ଭାବେ ସ୍ଥାପିତ କରାଯାଏ ଯେପରିକି ଏହାର ଅଗ୍ରଭାଗ ପ୍ରାନ୍ତଭାଗକୁ ଛୁଏଁ | ଏହାର ଆକୃତିକୁ ଦୀର୍ଘସ୍ଥାୟୀ କରିବାକୁ କାଗଜରେ ତିଆରି କୋନ୍ ଭିତରେ ବାଲି ପୂର୍ଣ୍ଣ କରାଯାଏ | ଏହାପରେ କୋନ୍ ଆକୃତିର ଝୁଡି ବୁଣାଯାଏ |

କଣ୍ଢେଇ ଏବଂ ଖେଳନା ମଧ୍ୟ ବେତ ଓ ବାଉଁଶରୁ ତିଆରି କରାଯାଏ | ମନୁଷ୍ୟ ଓ ଜୀବଜନ୍ତୁଙ୍କର ଆକୃତିକୁ ଛାଡି ବନ୍ଧୁକ ଏବଂ ବାଦ୍ଯଯନ୍ତ୍ର ପ୍ରସ୍ତୁତି ମଧ୍ୟ ଏହି କଳାର ଅନ୍ୟତମ ଆକର୍ଷଣ | ବାଉଁଶରେ ତିଆରି ଛତାବେଣ୍ଟ ବିଭିନ୍ନ ଆକୃତିର ହୋଇଥାଏ | ପତ୍ର, ଉଦ୍ଭିଦ, ଲତା, ମୁଦ୍ରିକା ଏବଂ ଖ୍ରୀଷ୍ଟଧର୍ମର କ୍ରସ ମଧ୍ୟ ପ୍ରସ୍ତୁତ ହୋଇଥାଏ | ଏକ ସ୍ୱତନ୍ତ୍ର ପ୍ରକାରର ବାଉଁଶ ଯାହାକି ମୂଳି ବାଉଁଶ ନାମରେ ପରିଚିତ, ବେଣ୍ଟ ପାଇଁ ବ୍ୟବହୃତ ହୋଇଥାଏ |

କଞ୍ଚାମାଲ :-

ଓଡିଶା କଞ୍ଚାମାଲରେ ସମୃଦ୍ଧ ତେଣୁ ଏଠାରେ ବହୁ ସଂଖ୍ୟାରେ ସୁନ୍ଦର ସୁନ୍ଦର ଉପକରଣ ତିଆରି ହୋଇପାରୁଛି | ସାଧାରଣତଃ ସମତଳ ଅଞ୍ଚଳରେ ଏବଂ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନିଜସ୍ୱ ଶୈଳୀରେ ଭିନ୍ନ ଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରିଥାଆନ୍ତି| | ଝୁଡି ତିଆରିକୁ ଛାଡିଦେଲେ ବେତ ଓ ବାଉଁଶରୁ ଗୃହସଜ୍ଜା ସାଜ ସରଞ୍ଜାମ, ବର୍ତ୍ତମାନ ଆଧୁନିକ ଯୁଗର ସଂସ୍କରଣ କହିଲେ ଅତ୍ୟୁକ୍ତି ହେବନାହିଁ | ବେତ ଓ ବାଉଁଶରୁ ପ୍ରସ୍ତୁତ ଜିନିଷ ସୃଷ୍ଟିର ପ୍ରାରମ୍ଭରୁ ଏକ ପୁରାତନ କଳାର ନିଦର୍ଶନ | ପତ୍ରକୁ ପତ୍ର ଯୋଡି ଏବଂ ପତ୍ରକୁ ସାମାନ୍ୟ ସରଳ ଯନ୍ତ୍ର ସାହାଯ୍ୟରେ ପତ୍ର ଭିତରେ ପୁରାଇ ଗଣ୍ଠି କରିବାର କୌଶଳ ଏକ ପୁରାତନ କଳା | ଏହା ଧାର୍ମିକ କାର୍ଯ୍ୟରେ ଅତି ପବିତ୍ର ଜିନିଷ ଭାବରେ ବ୍ୟବହୃତ ହୁଏ | ଓଡିଶାର ସୂକ୍ଷ୍ମ ବେତକାମ ଦକ୍ଷ କାରିଗର ମାନଙ୍କର ଶିଳ୍ପ ଚାତୁରୀର ଜ୍ୱଳନ୍ତ ଉଦାହରଣ | ଘଞ୍ଚ ଜଙ୍ଗଲରୁ ପ୍ରଚୁରଭାବେ ମିଳୁଥିବା କଞ୍ଚାମାଲ ବ୍ୟବସାୟ ନିମନ୍ତେ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରୁଛି |

ପ୍ରକ୍ରିୟା :-


ବାଉଁଶ ଏବଂ ବେତର ସମ୍ପୂର୍ଣ୍ଣ କାଣ୍ଡକୁ କଟାଯାଇ ସାରିଲାପରେ ଲଂବଭାବରେ ବିଭିନ୍ନ ଆକାରରେ କଟୁରୀରେ କଟାଯାଏ | ବେତକୁ କିରାସିନି ଲ୍ୟାମ୍ପର କମ୍‍ ଉତ୍ତାପରେ ଉତ୍ତପ୍ତ କରାଯାଏ, କାରଣ ଏହାଦ୍ୱାରା ବେତର ସଂପ୍ରସାରଣ ଗୁଣ ବୃଦ୍ଧି ପାଏ | ବେତର ଉପକରଣକୁ ବ୍ୟବହାର କରି ଦୁଇ ଭିନ୍ନ ଆକୃତିର ଜିନିଷ ତିଆରି କରାଯାଏ | ଝୁଡିପାଇଁ କୁଣ୍ଡଳୀ କରିବା ଏବଂ ଆସନ କରିବା ଏହାର ଉଦାହରଣ | କୁଣ୍ଡଳୀକୃତି ଝୁଡି ନିର୍ମାଣ ପାଇଁ ପ୍ରଥମେ ଗୋଟିଏ ମଧ୍ୟସ୍ଥ ବେତ ଚାରିପଟେ ବେତକୁ କୁଣ୍ଡଳୀ କରିବାକୁ ହୁଏ | ତାପରେ ଚକ୍ରାକାରରେ ବୁଣାଯାଇ ନିର୍ଦ୍ଧିଷ୍ଟ ଉଚ୍ଚତା ପ୍ରାପ୍ତ ହେଲାଯାଏଁ ଆସ୍ତେଆସ୍ତେ ଓସାରକୁ ବଢାଇବାକୁ ପଡେ | କୁଣ୍ଡଳୀ ଗୁଡିକ ପରସ୍ପର ସହ ସିଲେଇ ସୂତାରେ ଗଣ୍ଠିକରି ଦୁଇ ପ୍ରକାରେ ବନ୍ଧାଯାଇଥାଏ | ମୂଳଦୂଆ କୁଣ୍ଡଳୀର ନୂଆ ଅଂଶରେ ପ୍ରତ୍ୟେକ ସିଲେଇ ଅତିକ୍ରମ କରିବ | ଇଂରାଜୀର ଆଠ ଅକ୍ଷର (୮) ପରି ଏହି ସିଲେଇ ହେବ | ପ୍ରତ୍ୟେକ ସିଲେଇ ପଛକୁ ଯାଇ ଉପରକୁ ଉଠିବ | ପୂର୍ବ କୁଣ୍ଡଳୀର ଉପର ଏବଂ ତଳ ଏବଂ ନୂଆ କୁଣ୍ଡଳୀର ଉପର ଦେଇ ଏହା ଅତିକ୍ରମ କରିବ | ଏପରିଭାବେ କୁଣ୍ଡଳୀ ନିମିତ୍ତ ଉପକରଣ ଦ୍ୱାରା ସିଲେଇ ହୋଇ ଝୁଡିଟି ପ୍ରସ୍ତୁତ ହୋଇପାରିବ | ଝୁଡିକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଫିତା, କାଗଜ ଓ ଶାମୁକା ମଧ୍ଯ ବ୍ଯବହୃତ ହୋଇଥାଏ |

କାରିଗରମାନେ ବାଉଁଶକୁ ବିଭିନ୍ନ ଲଂବ ଏବଂ ଆକାରର କାଟିବା ପାଇଁ ଏକପ୍ରକାର କାଟିବା ଯନ୍ତ୍ର ବ୍ୟବହାର କରିଥାଆନ୍ତି, ତାହା ଦାଓ ନାମରେ ପରିଚିତ | ଲଂବ ବାଉଁଶକୁ ବିଭିନ୍ନ ମୋଟେଇ ଅନୁସାରେ କାଟିବା ନିମିତ୍ତ ବିଭିନ୍ନ ପ୍ରକାରର ଛୁରି ବ୍ୟବହାର କରାଯାଏ | ଏପରି କାମ ସରିବାପରେ ବାଉଁଶକୁ ଯେ କୌଣସି ଆସବାବ ପତ୍ର ବା ସାମଗ୍ରୀର ମୁଖ୍ଯ ଭିତ୍ତି ପ୍ରସ୍ତୁତିରେ ବ୍ଯବହାର କରାଯାଏ | ଏହି କ୍ଷେତ୍ରରେ ପେନସିଲ ଆକାର ବେତକୁ ବାନ୍ଧିବା ଓ ମନ ମୁତାବକ ଡିଜାଇନ କରିବାରେ କରାଯାଏ | ମୋଟା ବେତ ସାମଗ୍ରୀର ଭିତ୍ତି ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯିବା ବେଳେ ପେନସିଲ ଆକାରର ବେତ ଅଙ୍କନ ପାଇଁ ଏବଂ ବାନ୍ଧିବା ନିମନ୍ତେ ବ୍ୟବହାର କରାଯାଏ | ବେତକୁ ନିର୍ଦ୍ଦିଷ୍ଟ ଆକାର ଦେବାକୁ ଲ୍ୟାମ୍ପ ସାହାଯ୍ୟରେ ଗରମ କରିବାକୁ ପଡେ | ବେତର ଶେଷ ଭାଗକୁ ଯୋଡିବା ପାଇଁ ଅଠା ଏବଂ କଣ୍ଟାର ଆବଶ୍ୟକ ପଡିଥାଏ |  ତା'ପରେ ଯୋଡା ସ୍ଥାନକୁ ପେନସିଲ ବେତର ସରୁ ପଟି ଦ୍ୱାରା ବନ୍ଧାଯାଏ | ବାଉଁଶ ଓ ବେତରୁ ପ୍ରସ୍ତୁତ ପଦାର୍ଥକୁ ବାଲିକାଗଜ ଦ୍ୱାରା ଘଷି ସଫା କରାଯାଏ ଏବଂ ବାର୍ଣ୍ଣିସ ବୋଳି ପାଲିସ୍‍ କରାଯାଏ |

ବାଉଁଶ ଓ ବେତରୁ ପ୍ରସ୍ତୁତ ହେଉଥିବା ବସ୍ତୁ ପାଇଁ ପ୍ରଥମେ ଗଛର ଗଣ୍ଡିକୁ ଦାଆରେ କଟାଯାଏ | ତାହାପରେ କଟୁରୀ ସାହାଯ୍ୟରେ ବିଭିନ୍ନ ଆକାରର ଛୋଟଛୋଟ ଟୁକୁରା (ଖଣ୍ଡ)ରେ ପରିଣତ କରାଯାଏ | ଗଣ୍ଡିକୁ ଲଂବଭାବରେ କାଟି ଲଂବା ଲଂବା ଘଞ୍ଚ ତନ୍ତୁକୁ ଅତି ସହଜ ଉପାୟରେ କାଟି ଅଲଗା କରାଯାଏ | ଗଛର କାଣ୍ଡ କଞ୍ଚା ଥିଲାବେଳେ ଓଦାଳିଆ ଥିବା ଯୋଗୁଁ ଏହା ସମ୍ଭବପର ହୋଇଥାଏ | ବେତକୁ ବିଭିନ୍ନ ଆକାର ପାଇଁ ବଙ୍କା କରିବା ନିମିତ୍ତ କିରାସିନି ଲ୍ୟାମ୍ପ  ଦ୍ୱାରା ଏହାକୁ ଗରମ କରାଯାଏ |

କୌଶଳ :-

ବେତଦ୍ୱାରା ବିଭିନ୍ନ ବସ୍ତୁ ତିଆରି ନିମିତ୍ତ ବିଭିନ୍ନ କ୍ରମ ଦେଇ ଗତିକରିବାକୁ ପଡିଥାଏ | ପ୍ରଥମେ ଜଙ୍ଗଲରୁ କଞ୍ଚାମାଲ ସଂଗ୍ରହ କରାଯାଏ | ଚିକ୍କଣ ସମତଳ ପାଇବାପାଇଁ କଞ୍ଚାବେତର ଉପର ସ୍ତରକୁ ଚଞ୍ଛାଯାଏ | ଲଂବାଳିଆ ବେତ ବାଡିକୁ ଛୋଟଛୋଟ ଖଣ୍ଡରେ କାଟି ରଖାଯାଏ | ସେଥିରୁ ସରୁପଟି ବାହାର କରିବାକୁ ଚିରାଯାଏ | ଆବଶ୍ଯକ ଅତ୍ୟଧିକ ସରୁପଟି ପାଇବାପାଇଁ ପୁନର୍ବାର ଚିରି ରଖାଯାଏ | ଚିରାଯାଇଥିବା ବେତକୁ ବଙ୍କା କରିବାପାଇଁ ଲ୍ୟାମ୍ପ ଦ୍ୱାରା ଗରମ କରାଯାଏ | ଏହାଦ୍ୱାରା ଏହାର ଉପରି ଭାଗରେ ପୋଡାଦାଗ ରହିଯାଏ | ତେଣୁ ତାହାକୁ ବାଲିକାଗଜରେ ଘଷାଯାଇ କଳାଦାଗକୁ ସଫା କରାଯାଏ | ଏପରି କରିସାରିବା ପରେ ମୌଳିକ ଉପାଦାନକୁ ନେଇ ଯେ କୌଣସି ଜିନିଷର ନକ୍ସା ତିଆରି କରି ବୁଣା କାମ ଆରମ୍ଭ ହୁଏ | ବୁଣାବୁଣିରେ ଶେଷ ସ୍ପର୍ଶ ଦେବାପାଇଁ ଏହା ଉପରେ ବାର୍ଣ୍ଣିସର ଏକ ସ୍ତର ପ୍ରଲେପ ଦିଆଯାଏ, ଏବଂ ଏହା ବିକ୍ରୟ ନିମନ୍ତେ ଉପଯୋଗୀ ଭାବେ ବଜାରକୁ ଛଡାଯାଏ |

 

କିପରି ପହଞ୍ଚିବ :-

 

ଭୁବନେଶ୍ ସ୍ଥିତ ବିଜୁ ପଟ୍ଟନାୟକ ବିମାନଘାଟୀ ଏହାର ନିକଟତ୍ତମ ବିମାନଘାଟୀ | | ପୂର୍ବ ଉପକୂଳ ରେଳପଥ ଅନ୍ତର୍ଭୁକ୍ତ କଟକ ସହରକୁ ରେଳପଥ ଯୋଗେ କୋଲକତା, ଦିଲ୍ଲୀ, ଚେନ୍ନାଇ, ଗୌହାଟୀ, ହାଇଦ୍ରାବାଦ, ବେଙ୍ଗାଲୁରୁ, କୋଚିନ, ପାଟନା ପୁରୀ ସହିତ ସଂଯୁକ୍ତ କରିଅଛି | ରାଜ୍ୟର ରାଜଧାନୀ ଭୁବନେଶ୍ ଠାରୁ କଟକର ଦୂରୁତ୍ମାତ୍ର 29 କିଲୋମିଟର ଏବଂ କୋଲକତାଠାରୁ 483 କି.ମି | ୫ନଂ ଜାତୀୟ ରାଜପଥ (କୋଲକତାଠାରୁ ଚେନ୍ନାଇ) ଏହି ସହର ଦେଇ ଅତିକ୍ରମ କରିଛି |

 








ଓଡିଶା     ବଲାଙ୍ଗୀର     ପିପୁଲସ ଫୋରମ