ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |
ବଲିଂତ ପୁଞ୍ଜ ବିଷୟରେ :-
ବଲିଂତ ପୁଞ୍ଜ ଓଡିଶାର କଳାହାଣ୍ଡି କ୍ରୋଧ ଅନ୍ତର୍ଗତ |
ବଲିଂତ ପୁଞ୍ଜ 178 ଜଣରୁ ଅଧିକ କାରିଗର ଏବଂ 13 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କର ମିଳିତ ଉଦ୍ୟମ ଦିନ କୁ ଦିନ ଲାଭ ବା ଉପାର୍ଜନ ବୃଦ୍ଧି କରି ଚାଲିଛି |
କାଠ ଖୋଦେଇ :-
କାଠ ଖୋଦେଇ ଓଡିଶାର ଏକ ପ୍ରାଚୀନ କାରିଗରି କୌଶଳ| ଓଡିଶାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାରିଗରୀ କୌଶଳ ଦେଖିବାକୁ ମିଳିଥାଏ| ରଙ୍ଗୀନ ତଥା ଚିତ୍ରିତକାଠ ଖୋଦେଇ ପାଇଁ ପୁରୀ ପ୍ରସିଦ୍ଧ| ଏଠାରେ ସ୍ଥାନୀୟ ଦକ୍ଷ ଶିଳ୍ପୀମାନେ ଉଦ୍ଭିଦଜାତ ରଙ୍ଗ ଓ ରାସାୟନିକ ରଙ୍ଗଗୁଡିକରେ ସୁନ୍ଦର ସାମଗ୍ରୀମାନ ପ୍ରସ୍ତୁତ କରିଥାନ୍ତି| ପ୍ରସ୍ତୁତ ସାମଗ୍ରୀଗୁଡିକ ଏତେ ସୁନ୍ଦର ହୋଇଥାଏ ଯେ, ପ୍ରତ୍ୟେକଟି ବସ୍ତୁ ସ୍ୱତନ୍ତ୍ର ମନେ ହୋଇଥାଏ | ରଙ୍ଗୀନ ମୁଖା, କାଠ ଖେଳନା, ରଥର ଶୋଭାବର୍ଦ୍ଧନକାରୀ ଜିନିଷ ଓ ଠାକୁର ଠାକୁରାଣୀଙ୍କର ପ୍ରତିମା ଖୁବ୍ ପ୍ରସିଦ୍ଧ |
ଦ୍ୱିତୀୟ ପ୍ରକାର କାଠ ଖୋଦେଇରେ ଧଳା ଶାଗୁଆନ କାଠ ଉପରେ ଖୋଦେଇ ହୋଇଥାଏ | ଏହି ସାଧାସିଧା ଖୋଦେଇଟି ସାଧାରଣତଃ ଧଳା ଶାଗୁଆନ କାଠ ଉପରେ ହୋଇଥାଏ, ଯେହେତୁ ଏହି କାଠ ନରମ, ତେଣୁ ସ୍ଥାନୀୟ ହାତ ହତିହାର ସାହାଯ୍ୟରେ କାମ କରିବା ସହଜ ହୋଇଥାଏ | ଏହି ଧଳା ଶାଗୁଆନ କାଠର ରଙ୍ଗ ଦୁଧସର ଭଳି ଏବଂ ଏହି ଖୋଦେଇ କାର୍ଯ୍ୟ ମୁଖ୍ଯତଃ କଟକରେ ହୋଇଥାଏ | କିନ୍ତୁ ପ୍ରସ୍ତୁତ ଲୋଭନୀୟ ସାମଗ୍ରୀଗୁଡିକ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ଯ ମିଳିଥାଏ |
ପରିଶେଷରେ ରହିଛି ଦଶପଲ୍ଲା ସହରର କାରିଗରୀ ନିପୁଣତା,ଏଠାରେ ସ୍ଥାନୀୟ କାରିଗରମାନେ ରୋଜଉଡରେ କାମ କରିଥାନ୍ତି | ଏହି ଶିଳ୍ପୀମାନେ ଗିନା, ଜାର୍, ଧୂପଦାନୀ ଏବଂ ଆନ୍ୟାନ୍ୟ ଗୃହୋପକରଣ ପ୍ରସ୍ତୁତ କରନ୍ତି | ରୋଜଉଡ ଗାଢ ରଙ୍ଗର ଓ ଓଜନିଆ ହୋଇଥିବାରୁ ଏହି ଜିନିଷଗୁଡିକ ପ୍ରସ୍ତୁତ ହୋଇପାରିଥାଏ |
ଅନ୍ୟାନ୍ୟ କାଠନିର୍ମିତ ଖୋଦିତ ବସ୍ତୁଗୁଡିକ ଛୋଟ ମନ୍ଦିର ଓ ଦେବାଦେବୀ, ବିବାହ ପାଇଁ ଅଳ୍ପ ଖୋଦେଇ କରାଯାଇଥିବା କାଠ ଆସନ, ଦେବାଦବୀଙ୍କ ପାଇଁ ଖୋଦିତ ପଙ୍ଖା, ମୈଥୁନରତ ଦମ୍ପତ୍ତି ଓ ବିଭିନ୍ନ ଧର୍ମକର୍ମ ସମ୍ବନ୍ଧୀୟ ପାତ୍ର ଇତ୍ୟାଦି| ଖୋଦେଇ କରାଯାଇଥିବା ଦେବଦେବୀଙ୍କର ଆସନକୁ ଏକ ମିଟର ଲଂବ ଖୁଣ୍ଟର ଉଭୟ ଦିଗରେ ସ୍ଥାପିତ କରାଯାଇଥାଏ | ଏହାକୁ କବାଡି କୁହାଯାଏ ଏବଂ କାର୍ତିକେୟନ କିଂବା ମୁରୁଗାନଙ୍କ ପାଖରେ ମାନସିକ ପୂରଣ କରିବା ଉଦ୍ଦେଶ୍ଯରେ ଭକ୍ତମାନେ ଏହାକୁ କାନ୍ଧରେ ପକାଇଥାନ୍ତି| କାଠରେ ତିଆରି ଗୃହୋପକରଣ ସାମଗ୍ରୀ ଯଥା: ପେଷଣା ଯନ୍ତ୍ର, ପରିବାକଟା ପନିକି ଓ ଡଙ୍କାଡଙ୍କି ଆଦି ବସ୍ତୁ ଗୁଡିକ ଯୌତୁକ ଆକାରରେ ଦିଆଯାଇଥାଏ |
କାଠକୁନ୍ଦା ଯନ୍ତ୍ର ବା ବାର୍ଣ୍ଣିସ୍ ରଙ୍ଗରେ ପ୍ରସ୍ତୁତ ଖେଳନାଗୁଡିକ ଉଜ୍ଜ୍ୱଳ ରଙ୍ଗରେ କମ୍ ମୂଲ୍ୟରେ ମିଳିଥାଏ ଯାହାକି ସାରା ରାଜ୍ୟରେ ଲୋକପ୍ରିୟ| ଖୋଦେଇ କରା କାଠ ଖେଳନା, କଣ୍ଢେଇ ଏବଂ ବିଭିନ୍ନ ମୁଦ୍ରାର ହାତୀ ହସ୍ତଶିଳ୍ପୀ ମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥାଏ |
କାଠ ଖୋଦେଇର କଞ୍ଚାମାଲ :-
ମୌଳିକ ବସ୍ତୁ : ଭୁର୍କୁଲ ବା ଗୁଲାର କାଠ, ଆଂବ କାଠ, କଞ୍ଚା ବାଉଁଶ, ଶିଶମ କାଠ
ରଙ୍ଗ କରିବା ବସ୍ତୁ :- ଅଳତାବାବା ହଳଦୀ
ମୌଳିକ ବସ୍ତୁ :- ଦୁଧିଆ କାଠ, ଲାଖ, ଲାଖ କାଠି, ତେଳ, ପୁରୁଣା କନା, ରଙ୍ଗୀନ କାଗଜ
ମୌଳିକ ବସ୍ତୁ :- ପୁରୁଣାଲୁଗାର ଅବଶିଷ୍ଟାଂଶ, ବାଉଁଶ, ଛିଣ୍ଡାକନା, କାଗଜ
ରଙ୍ଗ କରିବା ବସ୍ତୁ:- ବିଭିନ୍ନ ରଙ୍ଗ
ମୌଳିକ ସାମଗ୍ରୀ: ପୁଙ୍କି କାଠ, ତେନ୍ତୁଳି ମଞ୍ଜି, ଚୁନ ଅଠା, ୱାଟର କଲର ବା ଜଳ ରଂଗ, ତୈଳ ରଙ୍ଗ, ଲାଲ ଚନ୍ଦନ କାଠ
ମୌଳିକ ସାମଗ୍ରୀ: କପଡା, ରଙ୍ଗ, ଭିତରେ ଭର୍ତି କରିବା ପାଇଁ ପରିତ୍ଯକ୍ତ ଜିନିଷ, ରଂଗୀନ କାଗଜ, କାଦୁଅ ବା ମାଟି ଚକଟା |
କାଠ ଖୋଦନର ପ୍ରକ୍ରିୟା :-
କାଠରେ ତିଆରି ହେବାକୁଥିବା ଜିନିଷର ଆକାର ଅନୁଯାୟୀ କାଠଗଣ୍ଡିରୁ କଟାଯାଏ | ଗଣ୍ଡିଟିକୁ ପରିଷ୍କାର ଓ ପାଲିସ୍ କରାଯାଏ | ତିଆରି ହେଉଥିବା ଖେଳନାର ଡିଜାଇନ ଅନୁସାରେ ଏହି କାଠଖଣ୍ଡ ଉପରେ ଚିହ୍ନ ଦିଆଯାଏ | ପରିକଳ୍ପନା ଅନୁସାରେ ଅଧିକ କାଠକୁ ଛୋଟଛୋଟ ଖଣ୍ଡ କରା ଯାଏ | ଯାହା ଗଠନ କରାଯିବ ତାହା ଉପରେ ରଖାଯାଇ ନିହଣ ଉପରେ ହାତୁଡିର ସୁକ୍ଷ୍ମ ଆଘାତ ଦିଆଯାଏ | ଏହାକୁ ଉହା ବା ଫାଇଲ ଦ୍ୱାରା ଚିକ୍କଣ କରାଯାଇ ରଙ୍ଗ ଦିଆଯାଇଥାଏ | ପ୍ରଥମେ ବସ୍ତୁର ବିଭିନ୍ନ ଅଂଶକୁ ରଙ୍ଗ ଦିଆଯାଏ | ଏହାପରେ ପୋଷାକପତ୍ର ଗୁଡିକୁ ନିର୍ଦ୍ଧିଷ୍ଟ ପରିକଳ୍ପନା ଅନୁସାରେ ବ୍ରସରେ ସୂକ୍ଷ୍ମ ସ୍ପର୍ଶ ଦ୍ୱାରା ଚିହ୍ନିତ କରାଯାଏ | ସର୍ବ ଶେଷରେ ମୁଖର ଅଂଶ ବିଶେଷକୁ ଯୋଡାଯାଇଥାଏ | କାଠ ଖେଳନା ଶୁଗ୍ଗକୁ (ଶୁଆ) ବିବାହ ମଣ୍ଡପରେ ରଖାଯାଇଥାଏ | ମୋସାରା (ମଧ୍ୟବର୍ତ୍ତୀ ଅଂଶ), ଚରଖି ଏବଂ ଶୁଗ୍ଗ (ଶୁଆମାନେ) ଏହି ସମାନ ପ୍ରକ୍ରିୟାରେ ତିଆରି କରାଯାଇଥାଏ | ଏଗୁଡିକ ବାଉଁଶ ଖିଲ (ପେଚ) ଦ୍ୱାରା ଜୋଡାଯାଇଥାଏ| | ବିବାହ ମଣ୍ଡପର ସ୍ତମ୍ଭକୁ ହଳଦିଆ(ହଳଦି), ନାଲି(ଅଳତା) ଓ ସବୁଜ ରଙ୍ଗ ଦ୍ୱାରା ରଙ୍ଗ କରାଯାଇଥାଏ |
ଲାଖକାଠିଟିକୁ ଘୁରୁଥିବା ବସ୍ତୁଉପରେ ଚାପି ରଖି ବାର୍ଣ୍ଣିସ ରଙ୍ଗ ଦିଆଯାଇଥାଏ | ସେହି ସମୟରେ ଭଲ ପଲିସ କରିବା ପାଇଁ ତେଲ ବ୍ୟବହୃତ ହୋଇଥାଏ | ଏକ ପ୍ରକାର ଫୁଲଫୁଟୁଥିବା କାକ୍ଟସ ଗଛର ପତ୍ରଗୁଡିକ ପଲିସ୍ ପାଇଁ ବ୍ୟବହୃତ ହୋଇଥାଏ | ବସ୍ତୁଗୁଡିକ ଏକ ରଙ୍ଗ ବାବା ବହୁ ରଙ୍ଗ ବିଶିଷ୍ଟ ହୋଇଥାଏ | ଜଟିଳ ପରିକଳ୍ପନା ବା ସୁକ୍ଷ୍ମ କାରିଗରୀ ଓ ରଙ୍ଗର ରୂପରେଖଗୁଡିକ ଲାଖ କୁନ୍ଦରେ କାମ କରିବା ପ୍ରକ୍ରିୟା ଏବଂ ବହୁବିଧ କୌଶଳର ବ୍ଯବହାର ଏବଂ ଲାଖର ଟର୍ଣେରି ବା ଘୁର୍ଣନ ଯନ୍ତ୍ର ପରିଚାଳନା ଦ୍ୱାରା ବଦଳିଥାଏ | ପୁରୁଣା କନାଗୁଡିକୁ ପୁନର୍ବାର ରଙ୍ଗକରି ଏବଂ ଅଦରକାରୀ ବସ୍ତୁଗୁଡିକୁ ତା ଭିତରେ ଖୁନ୍ଦିଖାନ୍ଦି ଭର୍ତ୍ତି କରି ଜୟପୁରରେ ଖେଳନା ପ୍ରସ୍ତୁତ ହୋଇଥାଏ | ଯେତେବେଳେ ସେମାନଙ୍କୁ ମନଲୋଭା ରଙ୍ଗରେ ରଙ୍ଗୀନ କାଗଜରେ ସଜାଇ ଦିଆଯାଇଥାଏ ସେମାନଙ୍କର ଭାବବିହ୍ୱଳ ମୁହଁଗୁଡିକ ଭାରି ଜୀବନ୍ତ ଦେଖାଯାଏ |
ଛିଣ୍ଡା କନାରୁ ପ୍ରସ୍ତୁତ କଣ୍ଢେଇଗୁଡିକ ବିଶେଷତଃ ପରିତ୍ଯକ୍ତ କନାଗୁଡିକର ଅଂଶବିଶେଷରୁ ପ୍ରସ୍ତୁତ ହୋଇଥାଏ | ଏଗୁଡିକ ସତର୍କତାର ସହିତ ସଂଗ୍ରହ କରି ବିଭିନ୍ନ ରଙ୍ଗ କରାଯାଇ ନାନାପ୍ରକାର ରଙ୍ଗର ରୂପରେଖ ପାଇଁ ପ୍ରସ୍ତୁତ କରାଯାଏ | ଆଖି ଓ ପାଟିଗୁଡିକ କଳା ରଙ୍ଗର ରେଖା ଦ୍ୱାରା ଚିହ୍ନିତ କରାଯାଏ | ରାଣୀ କଣ୍ଢେଇ କ୍ଷେତ୍ରରେ ଶରୀର ଓ କନାଗୁଡିକୁ ଭଲଭାବରେ ସଜ୍ଜିତ କରାଯାଇଥାଏ |
କାଠ ଖୋଦେଇର କୌଶଳ:-
ପ୍ରତ୍ୟେକ ବସ୍ତୁ ତିଆରି କରିବା ପାଇଁ କଟାଯାଇଥିବା କାଠଖଣ୍ଡଗୁଡିକୁ ପ୍ରକ୍ରିୟା ଅନୁଯାୟୀ ଅଳ୍ପ ଉତପ୍ତ କରାଯାଇ ସମସ୍ତ ଜଳୀୟ ଅଂଶକୁ ବାହାର କରିଦିଆଯାଏ | ପ୍ରତ୍ୟେକ ଅଙ୍ଗଗୁଡିକୁ ପୃଥକ ଭାବରେ ଖୋଦେଇ କରାଯାଇ ତେନ୍ତୁଳି ମଞ୍ଜିର ଅଠାରେ ଶରୀର ସହିତ ଯୋଡାଯାଏ ଏବଂ ପରେ ଏହା ଉପରେ ଚୂନ ଅଠାର ପ୍ରସ୍ତ ଦିଆଯାଏ | ଚିତ୍ରଗୁଡିକୁ ନିର୍ଭୁଲ ଭାବରେ ରଙ୍ଗ କରିବାପାଇଁ ଛେଳିଲୋମର ବ୍ରସ ବ୍ୟବହାର କରାଯାଏ | ଉଭୟ ପାଣି ଓ ତୈଳ ରଙ୍ଗ ବ୍ୟବହୃତ ହୋଇଥାଏ | ଲାଖ ମିଶ୍ରିତ ରଙ୍ଗଗୁଡିକ କୁନ୍ଦରେ, ହାତ ଦ୍ୱାର ବା ଯନ୍ତ୍ର ଦ୍ୱାରା କରାଯାଇଥାଏ | ସୁନ୍ଦର ଓ ସୁକ୍ଷ୍ମ ବସ୍ତୁଗୁଡିକ ପାଇଁ ହାତ କୁନ୍ଦକୁ ଶ୍ରେଷ୍ଠ ମାଧ୍ଯମ ଭାବେ ଗ୍ରହଣ କରାଯାଇଛି | ଲାଖ କୁନ୍ଦ ପଦ୍ଧତିରେ ଲାଖକୁ ଶୁଖିଲା ଅବସ୍ଥାରେ ପ୍ରୟୋଗ କରାଯାଇଥାଏ, ଯେମିତି କି ବାର୍ଣ୍ଣିସ ରଙ୍ଗ ହେବାକୁ ଥିବା କାଠ ନିର୍ମିତ ବସ୍ତୁକୁ ଲାଖ ଅଠା ଦ୍ୱାରା ଯୋଡା ଯାଇଥାଏ | ଅପରପକ୍ଷରେ ଅନ୍ୟଟିକୁ ଘୁରାଯାଇ ଘର୍ଷଣ ଦ୍ୱାରା ତାପ ସୃଷ୍ଟି କରି ଲାଖକୁ ନରମ କରାଯାଇ ରଙ୍ଗ ଅଠାସବୁ ପ୍ରସ୍ତୁତ କରାଯାଏ | ବାର୍ଣ୍ଣିସ ରଙ୍ଗର ଖେଳଣା ଗୁଡିକ ଏହିପରି ଭାବରେ ପ୍ରସ୍ତୁତ ହୋଇଥାଏ | ଏହିପରି ଅତି ଅସାଧାରଣ ଦକ୍ଷତା ସହ ହସ୍ତଶିଳ୍ପୀ ମାନେ ବିଭିନ୍ନ ରଙ୍ଗର ଅଠାକୁ କାଠିରେ ବ୍ଯବହାର କରି କାର୍ଯ୍ୟ ସମ୍ପାଦନ କରିଥାନ୍ତି | କିଛି ବାର୍ଣ୍ଣିସ ରଙ୍ଗକରା ଜିନିଷକୁ ବ୍ରସରେ ରଙ୍ଗ କରାଯାଇଥାଏ |
କିପରି ପହଞ୍ଚିବ :-
ଆକାଶ ମାର୍ଗ ଦ୍ୱାରା :-
ଭୁବନେଶ୍ୱର ହେଉଛି ନିକଟତମ ବିମାନଘାଟି ଯାହାର ଦୂରତା 30 କି:ମି|
ସ୍ଥଳପଥ ଦ୍ୱାରା :-
ଖୋର୍ଧା ଏନ.ଏଚ.୫ ରେ ଅବସ୍ଥିତ | ଭୂବନେଶ୍ୱର ଓ ଖୋର୍ଧାଠାରୁ ରାଜ୍ୟର ପ୍ରମୁଖ ସହରଗୁଡିକୁ ନିୟମିତ ବସ୍ ସେବା ରହିଛି |
ରେଳପଥ ଦ୍ୱାରା :-
ଖୋର୍ଧା ରୋଡ ହେଉଛି ନିକଟତମ ରେଳବାଇ ଜଙ୍କସନ ଯାହାକି 12 କି:ମି ଦୂରତାରେ ଅବସ୍ଥିତ | ଭୁବନେଶ୍ୱର ରେଳବାଇ ଷ୍ଟେସନ 30 କି:ମି ଦୂରରେ ଅବସ୍ଥିତ|