Ka jingiathuh bniah ia ki kynhun treikam
ଓଡିଶା     ଖୋର୍ଧା     ଭଇଁଚୁଆ


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

 

ଭଇଁଚୁଆ  ବିଷୟରେ :-

ଭଇଁଚୁଆ ଓଡିଶା ପ୍ରଦେଶର ଢେଙ୍କାନାଳକ୍ରୋଧ ଅନ୍ତର୍ଭୁକ୍ତ |

ଭଇଁଚୁଆ350 ଜଣରୁ ଅଧିକ କାରିଗର ଏବଂ 22 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏହି ମିଳିତ ଉଦ୍ଯମର ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି|

 

___________________________________________________________________________________________________________________________

 

 

 

ଧାତବ ପଦାର୍ଥ:-


ଓଡିଶାର ଧାତବ ଶିଳ୍ପ ରାଜ୍ୟର ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ ସହ ପରମ୍ପରା ସହିତ ସଂଶ୍ଲିଷ୍ଟ ହୋଇ ଦର୍ଶାଯାଇପାରିବ | ବିଭିନ୍ନ ପ୍ରାର୍ଥନା ସ୍ଥାଳ ଏବଂ ମନ୍ଦିର ଗୁଡିକ ରାଜ୍ୟର ମୂଲ୍ୟବାନ ସାଂସ୍କୃତିକ ଐତିହ ବା ପରମ୍ପରା ସହ ଆଦର୍ଶ ବସ୍ତୁ ଗୁଡିକର ଉଦାହରଣ ଅଟନ୍ତି |

ଓଡିଶାର ଧାତବ ଶିଳ୍ପ ଧାତୁର ବ୍ୟବହାର ପ୍ରଣାଳୀ ଯଥା କଂସା ଓ ପିତ୍ତଳ ଧାତୁଗୁଡିକ ଏବଂ କଂସାରୀ ଗୋଷ୍ଠୀର ଲୋକମାନେ ପ୍ରାୟତଃ ସେହିଥିରୁ ବିଭିନ୍ନ ପଦାର୍ଥ ତିଆରି କରିବାକୁ ଅନ୍ତର୍ଭୁକ୍ତ କରିଛି | ଧାତୁର ଆକାର ଦେବାରେ ଗଞ୍ଜାମର ଲୋକମାନେ ଅଭ୍ୟସ୍ତ | ଏହାର ବିଷୟ ବସ୍ତୁ ଗୁଡିକ ଶୋଭାବର୍ଦ୍ଧକ ଅଂଶରେ ପ୍ରାୟତଃ ଓଡିଶାର ଲୋକ ସଂସ୍କୃତିରୁ ଅନୁପ୍ରେରିତ ହୋଇ ବ୍ୟବହୃତ ହୋଇଛି | ଶିଳ୍ପୀ ମାନେ ତମ୍ୱା ଓ ଦସ୍ତା ଏବଂ ତମ୍ୱା ଓ ସୀସାକୁ ମିଶାଇ ବିଭିନ୍ନ ଅକୃତିର ଆକାର ଦିଅନ୍ତି | କଂସା ଓ ପିତ୍ତଳର ବ୍ୟବହାରକୁ ଛାଡିଦେଲେ ଓଡିଶାର ଶିଳ୍ପୀମାନେ ସୁନା ଓ ରୂପାର ଅଳଙ୍କାର ତିଆରି କରିବାରେ ଖୁବ୍‍ ଦକ୍ଷ | ଅସାଧାରଣ ଏବଂ ଅତି ସୂଷ୍ମ ତାରକସୀ ଶିଳ୍ପ ତଥା ରୂପାନିର୍ମିତ ଅଳଙ୍କାରର ତାରକାସୀ କାମ ପାଇଁ କଟକ ସମଗ୍ର ପୃଥିବୀରେ ପ୍ରସିଦ୍ଧ | ଏପରିକି ଶିଳ୍ପୀଙ୍କ ଦ୍ୱାରା ଯିଏକି ଚମତ୍କାର ଗହଣା ସବୁ ସରମ୍ପରାର ସ୍ୱର୍ଣ୍ଣ ସହିତ ତିଆରି କରିବାକୁ ଅତି ଜଟିଳ କାମ ମାନଙ୍କରୁ ଏକତମ ବୋଲି ଗ୍ରହଣ କରାଯାଇଛି | ଇତିହାସ ଅନୁସାରେ, କଟକର ରୂପା ତାରକାସୀ କାମ ଏକଦା ବ୍ୟାପକ ଭାବରେ ରାଜକୀୟ ପରିବାର ଏବଂ ବ୍ୟବସାୟୀଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା |

ଓଡିଶାର ଧାତବ ଶିଳ୍ପର ସାମାଜିକ ଓ ସାଂସ୍କୃତିକ ସଂଯୋଗ ରହିଛି ଏବଂ ରାଜ୍ୟର ପରମ୍ପରା ଅନୁସାରେ, ବୋହୁକୁ ତା’ର ନୂଆଘର ଆରମ୍ଭ ପାଇଁ କଂସା ଓ ପିତ୍ତଳର ଉପକରଣସବୁ ଉପହାରରେ ଦିଆଯାଏ | ତଥାପି, ପ୍ରାୟ ସମସ୍ତ ମୂଖ୍ୟ ମନ୍ଦିର ମାନଙ୍କରେ ଅପରିବର୍ତ୍ତନୀୟ ଭାବରେ ମୁଖ୍ୟ ବିଗ୍ରହର ଚଳନ୍ତି ପ୍ରତିମା ପିତ୍ତଳରେ ତିଆରି ହୋଇଥାଏ | ମୁଖ୍ୟ ବିଗ୍ରହ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଳାର ସାକ୍ଷୀଗୋପାଳ ମନ୍ଦିରରେ ଥିବା ରାଧାଙ୍କର ବିରାଟ ପ୍ରତିମୂର୍ତ୍ତୀ, ଗଞ୍ଜାମ ଜିଲ୍ଳାର ମନ୍ଦିର ମାନଙ୍କରେ ଥିବା କୃଷ୍ଣ, ରାଧା, ଗଣେଶ, ଗୁରୁଣ୍ଡି ଗୋପାଳ ଏବଂ ଲକ୍ଷ୍ମୀ ପ୍ରତିମାଙ୍କର ପ୍ରତିମୂର୍ତ୍ତି ଗୁଡିକ ପିତ୍ତଳରେ ତିଆରି | ଶିଳ୍ପୀମାନେ ସାଧାରଣତଃ ମାନବମସ୍ତକମାନ, ରାଜାମାନେ, ’ମାନସ’ ବା ମୂଳ ବସ୍ତୁର କ୍ଷୁଦ୍ରାକୃତିର ନକଲର ପରିମାପ; ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଯଥା, ଢାଙ୍କୁଣୀ ଥିବା ପାତ୍ରସବୁ, ତାଲା ପଡୁଥିବା ବା ନପଡୁଥିବା ଉପକରଣ, ମହମବତୀ ଷ୍ଟାଣ୍ଡ, ଆଷ୍ଟ୍ରେ, ପେନଷ୍ଟାଣ୍ଡ, ଗିନା, ପ୍ଳେଟ୍‍, ଚାମଚ, ବେଲା, ଘଣ୍ଟି, ଥାଳି(ପ୍ଳେଟ୍‍), ବାଲ୍‍ଟି, ଗିନା(ଟମ୍ୱଲର), ଭଜାଭଜି ପାଇଁ ଚଟକା ଉପକରଣ, ଡଙ୍କା, ଚଟୁ, ଚେପଟାଳିଆ ଛିଦ୍ର ଥିବା ରାନ୍ଧିବା ଚାମଚ ଇତ୍ୟାଦି ବିଷୟବସ୍ତୁକୁ ଭିତ୍ତିକରି ସାମଗ୍ରୀ ତିଆରି କରିଥାନ୍ତି | ଏପରିକି ଅନ୍ୟାନ୍ୟ ଉପକରଣ ଯଥା:- ପିତ୍ତଳରେ ତିଆରି ମାଛ ଓ ସାପସବୁ ଗଞ୍ଜାମ ଜିଲ୍ଳାର ବେଲଗୁଣ୍ଠାର ଶିଳ୍ପୀମାନଙ୍କ ଦ୍ୱାରା ତିଆରି କରାଯାଇଥାଏ | ଭାରତରେ ପୁରାତନ ଯୁଗରୁ ପିତ୍ତଳ ଏବଂ ତମ୍ୱାରେ ବହୁ ଦରକାରୀ ବସ୍ତୁ ବ୍ୟବହୃତ ହୋଇଆସୁଅଛି |

 


କଞ୍ଚାମାଲ :-


ପ୍ରାଚୀନ କାଳରୁ ଭାରତରେ ତଂବା ଓ ପିତଳକୁ ବିଭିନ୍ନ ଦରକାରୀ ସାମଗ୍ରୀ ତିଆରି କରିବାରେ ବ୍ୟବହାର କରଯାଉଛି| ଧାତବ ଦ୍ରବ୍ଯ ପ୍ରସ୍ତୁତିର ବହୁଳ ପରଂପରା ରହିଛି, ଏହି ଜିନିଷଗୁଡିକ ଉଭୟ ଧାର୍ମିକ ଉଦ୍ଦେଶ୍ୟରେ ଓ ସବୁଧର୍ମର ଲୋକଙ୍କ ଦ୍ୱାରା ଦୈନନ୍ଦିନ ଜୀବନରେ ବ୍ୟବହୃତ ହୋ‍ଇଥାଏ| | ବିଭିନ୍ନ ପ୍ରକାରର ପ୍ରସ୍ତୁତ ବସ୍ତୁଗୁଡିକ ମଧ୍ଯରେ ରହିଛି ଦଣ୍ଡାୟମାନ ପ୍ରଦୀପ, ଆରତୀ ପ୍ରଦୀପ (ଦେବ ଉଦ୍ଦେଶ୍ୟରେ ସମର୍ପିତ ପ୍ରଦୀପ), ଦୀପଲକ୍ଷ୍ମୀ, ହସ୍ତ ପ୍ରଦୀପ ଓ ଶିକୁଳି ପ୍ରଦୀପ ଇତ୍ଯାଦି | କଂସା ଓ ପିତ୍ତଳ ଚଦରରୁ ପ୍ରସ୍ତୁତ ଅଳ୍ପ ଗଭୀରିଆ ଗୋଲାକାର, ଛକୋଶିଆ, ଆଠକୋଶିଆ ଓ ଅଣ୍ଡାକୃତି ବାସନକୁସନଗୁଡିକ ବହୁଳ ଭାବରେ ବ୍ୟବହୃତ ହୋଇଥାଏ | ଲୋକପ୍ରିୟ ଥଞ୍ଜାଭୂର ଥାଳଗୁଡିକ ବିଭିନ୍ନ ଦେବାଦେବୀ, ପକ୍ଷୀ, ଫୁଲ ଓ ଜ୍ୟାମିତିକଆକୃତି ଦ୍ୱାରା ଚିତ୍ରିତ ହୋଇଥାଏ ଏବଂ ତଂବା ଓ ରୂପା ଚଦର ପଛପଟେ ପିଟିପିଟି ଏହି ଆକୃତିମାନ ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ପିତ୍ତଳ ଥାଳି, କୁଦାମ ବା ପଞ୍ଚପଥରଉପରେ ଏହାକୁ ଆଚ୍ଛାଦିତ କରାଯାଇଥାଏ| ଧାତବ ଖେଳନାଗୁଡିକ ମଧ୍ୟ ବେଶ୍‍ ଲୋକପ୍ରିୟ ଏବଂ ରାଜ୍ୟର ବିଭିନ୍ନ ସହର ଓ ନଗରଗୁଡିକରେ ଉପହାର ଦୋକାନମାନଙ୍କରେ ଏହା ବିକ୍ରୀ ହୋଇଥାଏ |

 


ପ୍ରକ୍ରିୟା :-


ଶିଳ୍ପୀମାନେ ବାଲି, ଲାଖ ଓ ତେଲକୁ (20:2:1)ଅନୁପାତରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ସେଥିରେ ନିଜସ୍ୱ ପରିକଳ୍ପିତ ଆକୃତିଗୁଡିକର ଛାଞ୍ଚ ପ୍ରସ୍ତୁତ କରିଥାନ୍ତି| ଧାତୁ ଏହି ମିଶ୍ରଣରେ ଲାଖିଯିବାକୁ ପ୍ରତିହତ କରିବା ପାଇଁ ଏହି ଛାଞ୍ଚ ଉପରେ ବୋରକ୍ସ ବ୍ଯବହାର କରିଥାନ୍ତି | ଦସ୍ତା ଓ ତଂବାକୁ ୯ରୁ ୧୬:୧ ଅନୁପାତରେ ମିଶାଇ ଏହି ମିଶ୍ରଧାତୁକୁ ତରଳାଇ ଛାଞ୍ଚ ଉପରେ ଢାଳି ପୁନଃ ଏହାକୁ କଠିନ ଅବସ୍ଥାକୁ ଅଣାଯାଇଥାଏ|

ବସ୍ତୁଗୁଡିକର ଉପରିଭାଗକୁ ଚାଞ୍ଛି ବାଲିକାଗଜରେ ଘସି ଚିକ୍କଣ କରାଯାଏ ଏବଂ ପରବର୍ତୀ ପର୍ଯ୍ୟାୟରେ ଚିତ୍ର ଆଙ୍କିବା ପାଇଁ ଓ ଖୋଦେଇ କରିବା ପାଇଁ ଏକ ଗାଢ ରଙ୍ଗର ଭିତ୍ତି ପ୍ରାପ୍ତ କରିବାକୁ ତାହାକୁ କପର ସଲ୍‍ଫେଟର ପ୍ରଲେପ ଲଗାଇ ଘଷା ଯାଇଥାଏ|

ବସ୍ତୁଗୁଡିକର ଉପରିଭାଗକୁ ଚାଞ୍ଛି ବାଲିକାଗଜରେ ଘସି ଚିକ୍କଣ କରାଯାଏ ଏବଂ ପରବର୍ତୀ ପର୍ଯ୍ୟାୟରେ ଚିତ୍ର ଆଙ୍କିବା ପାଇଁ ଓ ଖୋଦେଇ କରିବା ପାଇଁ ଏକ ଗାଢ ରଙ୍ଗର ଭିତ୍ତି ପ୍ରାପ୍ତ କରିବାକୁ ତାହାକୁ କପର ସଲ୍‍ଫେଟର ପ୍ରଲେପ ଲଗାଇ ଘଷା ଯାଇଥାଏ|

ଖୋଦନର ପରିକଳ୍ପନା ପାଇଁ ମହୁ ସିଠାର ମହମ ଏବଂ ରାଳକୁ ଏକ ସଂଯୋଗ ପଦାର୍ଥ ବା ଅଠାଳିଆ ଦ୍ରବ୍ଯ ଭାବେ ବ୍ୟବହାର କରାଯାଏ | ଓସାରିଆ ସମତଳ ପ୍ରସ୍ତର ଉପରେ ମିଶ୍ରଣଟିକୁ ଖେଳାଇ ଦିଆଯାଏ ଏବଂ ଖୋଦନ ପାଇଁ ଉଦ୍ଦିଷ୍ଟ ବସ୍ତୁଗୁଡିକୁ ଏହା ଉପରେ ସ୍ଥିରୀକୃତ କରାଯାଏ ବା ଲଗାଇ କରାଯାଏ | ପରିକଳ୍ପିତ ଆକୃତିଟି ହାତରେ ଅଙ୍କାଯାଇଥାଏ| ନିହଣ ସାହାଯ୍ୟରେ ଏବଂ ୯୫% ଶୁଦ୍ଧତାପୂର୍ଣ୍ଣ ଶୁଦ୍ଧ ରୂପା ତାରକୁ ବ୍ଯବହାର କରି ହାତରେ କଟାଯାଇଥିବା ଚିତ୍ରରେ ରୂପାତାରକୁ ରଖି ଚିତ୍ରକୁ ରୂପାୟିତ କରାଯାଇଥାଏ| | ଖୋଦେଇ କରିବା ପାଇଁ ବିଭିନ୍ନ ରକମର ପାଞ୍ଚପ୍ରକାରର ହାତ ହତିହାର ବ୍ୟବହୃତ ହୋଇଥାଏ |

ଖୋଦନର ପରିକଳ୍ପନା ପାଇଁ ମହୁ ସିଠାର ମହମ ଏବଂ ରାଳକୁ ଏକ ସଂଯୋଗ ପଦାର୍ଥ ବା ଅଠାଳିଆ ଦ୍ରବ୍ଯ ଭାବେ ବ୍ୟବହାର କରାଯାଏ | ଓସାରିଆ ସମତଳ ପ୍ରସ୍ତର ଉପରେ ମିଶ୍ରଣଟିକୁ ଖେଳାଇ ଦିଆଯାଏ ଏବଂ ଖୋଦନ ପାଇଁ ଉଦ୍ଦିଷ୍ଟ ବସ୍ତୁଗୁଡିକୁ ଏହା ଉପରେ ସ୍ଥିରୀକୃତ କରାଯାଏ ବା ଲଗାଇ କରାଯାଏ | ପରିକଳ୍ପିତ ଆକୃତିଟି ହାତରେ ଅଙ୍କାଯାଇଥାଏ| ନିହଣ ସାହାଯ୍ୟରେ ଏବଂ ୯୫% ଶୁଦ୍ଧତାପୂର୍ଣ୍ଣ ଶୁଦ୍ଧ ରୂପା ତାରକୁ ବ୍ଯବହାର କରି ହାତରେ କଟାଯାଇଥିବା ଚିତ୍ରରେ ରୂପାତାରକୁ ରଖି ଚିତ୍ରକୁ ରୂପାୟିତ କରାଯାଇଥାଏ| | ଖୋଦେଇ କରିବା ପାଇଁ ବିଭିନ୍ନ ରକମର ପାଞ୍ଚପ୍ରକାରର ହାତ ହତିହାର ବ୍ୟବହୃତ ହୋଇଥାଏ |

ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ ସ୍ତରରେ ବସ୍ତୁଗୁଡିକୁ ସାମାନ୍ଯ ଭାବରେ ଉତ୍ତପ୍ତ କରାଯାଇ ତାହା ଉପରେ ସାଲ୍‍ଆମୋନିଆକ ଓ ପୁରୁଣା ଦୁର୍ଗର ମାଟିର ମିଶ୍ରଣ ଲଗାଇ ଦିଆଯାଏ, ଯାହାକି ସମ୍ପୂର୍ଣ୍ଣ ପୃଷ୍ଠଟିକୁ ଘନ କୃଷ୍ଣ ବର୍ଣ୍ଣରେ ପରିଣତ କରି ଚକଚକ କରୁଥିବା ରୋପ୍ୟ ରୂପାଙ୍କନ ତୁଳନାରେ ଏକ ଭିନ୍ନ ରଙ୍ଗ ପ୍ରଦାନ କରେ

ବିଦ୍ରୀର ଏହି ରଙ୍ଗଭେଦ ଅନ୍ଯ କୌଣସି ଧାତବ ସାମଗ୍ରୀରେ ଦେଖିବାକୁ ମିଳେ ନାହିଁ| ପରିଶେଷରେ ଏହାର କଳାରଙ୍ଗକୁ ଅଧିକ ଗାଢ କରିବା ଲାଗି ଏହାର ପୃଷ୍ଠରେ ତେଲ ଘଷାଯାଇଥାଏ| ଏ ସମସ୍ତ ପ୍ରକ୍ରିୟା ହାତ ଦ୍ୱାରା ହୋଇଥାଏ,ତେଣୁ ଏହା ବହୁତ ସମୟ ନେଇଥାଏ |

 

କୌଶଳ :-

ଶିଳ୍ପଭିତ୍ତିକ ନିର୍ମାଣ, ଭାସ୍କର୍ଯ୍ୟ କିଂବା ମୁଦି ବା ହଳେ କାନଫୁଲା ତିଆରି କରିବା ପରି ଛୋଟ କାମଟିଏ ହେଉ ସବୁ କ୍ଷେତ୍ରରେ ଧାତବ ସାମଗ୍ରୀ ନିର୍ମାଣ ଶୈଳୀ ସମାନ ରହିଥାଏ ଓ ଏଥିରେ ବ୍ଯବହୃତ ଅଧିକାଂଶ ମୌଳିକ କୌଶଳ ଅନ୍ଯ ମାଧ୍ଯମରେ ମଧ୍ଯ ବ୍ଯବହୃତ ହୋ‍ଇଥାଏ|

ଯୋଡନ :- ଏହି ପଦ୍ଧତିରେ ଗୋଟିଏ ଧାତୁର ଛୋଟ ଛୋଟ ଖଣ୍ଡକୁ ଆଉ ଗୋଟିଏ ଧାତବ ପୃଷ୍ଠରେ ଲଗାଇ ପରିକଳ୍ପିତ ଆକୃତିକୁ ରୂପ ଦିଆଯାଇଥାଏ|

ଛାଞ୍ଚ ଦେବା :- ଏହା ହେଉଛି ତରଳ ଧାତୁକୁ ବିଭିନ୍ନ କଠିନ ଆକାରରେ ପରିଣତ କରିବାର ପ୍ରକ୍ରିୟା |

ଚେଜିଙ୍ଗ :- ବିଭିନ୍ନ ତୀକ୍ଷ୍‍ଣ ଯନ୍ତ୍ରପାତି ପରିଚାଳନା ଦ୍ୱାରା ଧାତୁର ଉପରିଭାଗକୁ ସୁସଜ୍ଜିତ କରିବା ପଦ୍ଧତି |

ପ୍ରଲେପୀକରଣ ବା ଏନାମେଲିଂ:- ଧାତୁ ଉପରେ ଏକ କାଚଜାତୀୟ ପଦାର୍ଥର ପ୍ରଲେପ ଦିଆଯାଏ | ଏନାମେଲ (ରଙ୍ଗ) କରିବା ପାଇଁ ଧାତୁର ଅକ୍‍ସାଇଡ ଏବଂ ଏକ ବିଦ୍ରାବକ ପଦାର୍ଥ ବା ଫ୍ଲକ୍ସ ର ମିଶ୍ରଣ କରାଯାଏ |କ୍ଲୋଇସନ ଏକ ପ୍ରଚଳିତ ଉତ୍କୃଷ୍ଟ ପ୍ରଲେପୀକରଣ କୌଶଳ ଭାବେ ଜଣାଶୁଣା|

ପଛପଟୁ ପିଟି ଆକାର ଦେବା : ଏହା ଏକ କୌଶଳ ବା ପଦ୍ଧତି ଯାହା ମାଧ୍ଯମରେ ଧାତୁର ପଛପଟୁ ହାତୁଡିରେ ପିଟାଯାଇଥାଏ ବା କଣାକରି ବଳ ପ୍ରୟୋଗ କରାଯାଇଥାଏ | ଯାହାଫଳରେ ଏହା ସମ୍ମୁଖଭାଗରେ ପୃଷ୍ଠଭୂମିରୁ ଉଠିଲା ଭଳି ଖୋଦେଇ ସଂଭବ ହୋ‍ଇଥାଏ |

 

___________________________________________________________________________________________________________________________

 

 

କିପରି ପହଞ୍ଚିବ :-

 

 

ଆକାଶ ମାର୍ଗ ଦ୍ାରା :-

 

ଭୁବନେଶ୍ ହେଉଛି ନିକଟତମ ବିମାନଘାଟି ଯାହାର ଦୂରତା 30 କି:ମି|

 

ସ୍ଥଳପଥ ଦ୍ାରା :-

 

 

ଖୋର୍ଧା ଏନ.ଏଚ. ରେ ଅବସ୍ଥିତ | ଭୂବନେଶ୍ ଖୋର୍ଧାଠାରୁ ରାଜ୍ୟର ପ୍ରମୁଖ ସହରଗୁଡିକୁ ନିୟମିତ ବସ୍ସେବା ରହିଛି |

 

ରେଳପଥ  ଦ୍ାରା :-

 

ଖୋର୍ଧା ରୋଡ ହେଉଛି ନିକଟତମ ରେଳବାଇ ଜଙ୍କସନ ଯାହାକି 12  କି:ମି ଦୂରତାରେ ଅବସ୍ଥିତ | ଭୁବନେଶ୍ ରେଳବାଇ ଷ୍ଟେସନ 30 କି:ମି ଦୂରରେ ଅବସ୍ଥିତ|

 





Ka jingiathuh bniah ia ki seng pyntreikam



ଓଡିଶା     ଖୋର୍ଧା     ଏସ.ଡବ୍ଳ୍ୟୁ.ଏ.ଆର.ଡି.ଓ